ସଂକ୍ଷେପରେ ଆଜିର ତାଜା ଖବର - Thursday, 04 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲୋକଙ୍କ ଆଖି ଆଗରେ ପୂଜରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।  More

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ ! ବିନା ସ୍ପେଶାଲ ଏଜୁକେଟରରେ ପଢୁଛନ୍ତି ୮୨ ହଜାର ଦିବ୍ୟାଙ୍ଗ

ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ । More

ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ । More

ସାଇଡ୍‌ମରାରୁ ପାଟିତୁଣ୍ଡକୁ ନେଇ ମା-ଝିଅ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର

ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା।  More

ଏତେ ମାତ୍ରାରେ କାଜୁ ଚାଷ ହେଉଛି ଯେ, ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ଚାଷୀ

କାଜୁ ବିକ୍ରିର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ । More

ବିଦ୍ୟୁତ ବିଭାଗର ଚରମ ଅବହେଳା ! ଦୁଇ ହାତ ହରାଇଲା ୭ ବର୍ଷର ନାବାଳକ..

ଘର ଛାତ ପାଖରେ ଓହଳି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଛାତ ଉପରକୁ ଗଲେ ପ୍ରାଣ ଯେ, କେତେବେଳେ ଚାଲିଯିବ ତାହା କେହି ବି କହିପାରିବେ ନାହିଁ । ଦେବଗଡ ଜିଲା ରିଆମାଳର ଲକ୍ଷ୍ମୀପୁର ଗାଁରେ ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳା ପାଇଁ କଷ୍ଟ ପାଉଛି କୁନି ପୁଅ । More

ବୁଷ୍ଟର ଡୋଜ୍ ପାଇଁ ବଢୁନି ଆଗ୍ରହ: ୮୭ % ଲୋକ ନେଇ ନାହିଁନ୍ତି ଟିକା

ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହିଁନ୍ତି । ଅର୍ଥାତ୍ ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ୍‌ ନେଇ ନାହିଁନ୍ତି... More

ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ...

ଆଜି ବଢ଼ିଲା ସୁନା-ରୂପା ଦର...ଜାଣନ୍ତୁ କେତେ... More

SCB ମେଡିକାଲରେ ଦଲାଲଗିରି; ୭୫୦ ଦିଅ, ଅଲଟ୍ରାସାଉଣ୍ତ କର !

ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍‌ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ More

ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯିବ... More

ଗିରଫ ହେବେନି ବାବୁସାନ୍‌, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପତ୍ନୀ ତୃପ୍ତିଙ୍କ ସହ ବିବାଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ପୂର୍ଣ୍ଣଚ୍ଛେଦ ପଡ଼ିଛି । More

ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର

କଟକସ୍ଥିତ OSL ଅଫିସ୍‌ରେ ସିବିଆଇ ରେଡ୍ ।  More

ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍‌ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି। More

ଖରା ତାତିରୁ ଆଶ୍ୱସ୍ତି, କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

୬ ତାରିଖରୁ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । More

ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ୬ ଦିନ ପରେ ବି ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା

ଝିଅକୁ ହତ୍ୟା କରି ଝୁଲାଇଦେଇଥିବା ଅଭିଯୋଗ କଲେ ବାପାମାଆ More

Daily Horoscope 4th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ  ଗୁରୁବାର, ତିଥି – ୬ଷ୍ଠୀ ପ୍ରାତଃ ୦୫/୪୧ ଗତେ ୭ମୀ (କ୍ଷୟ), ଚନ୍ଦ୍ର   – କନ୍ୟା ପ୍ରାତଃ  ୦୬/୩୯ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ପ୍ରାତଃ  ୦୬/୩୯ ପର୍ଯ୍ୟନ୍ତ, ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୫/୪୧ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ନିଶାନ୍ତ ୦୫/୦୬ ପର୍ଯ୍ୟନ୍ତ More

ସ୍କୁଲ୍‌ ଯାଆସ ପାଇଁ ଭଙ୍ଗା ଦଦରା ସିମେଣ୍ଟ ଖୁଣ୍ଟ ହିଁ ଏକମାତ୍ର ସାହାରା

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା । ପଞ୍ଚାୟତକୁ ମଧ୍ୟ ଯିବା ଆସିବା କରୁଛନ୍ତି ଲୋକେ । ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ। More

ଗର୍ଭଗୃହରେ ଖସିଲା ପ୍ଳାଷ୍ଟର, ବଡ଼ ଆଘାତରୁ ବର୍ତ୍ତିଗଲା ମହାପ୍ରଭୁ ବଳଭଦ୍ରଙ୍କ ଶ୍ରୀଅଙ୍ଗ

ଏଏସ୍‌ଆଇକୁ ଦୋଷ ଦେଲେ ସେବାୟତ ଓ ଭକ୍ତ । ଏତେ ଗୁରୁତର ଘଟଣା ନୁହଁ କହିଲେ ଏଏସ୍‌ଆଇ ଅଧିକାରୀ । ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ?  More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବିଧାୟକ ଟିମ୍, ଅଭିନନ୍ଦନ ସଂକଳ୍ପ ନେଇ କଲେ ଅବଗତ

ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ ବିଧାୟକ । ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ଦେଶର ପ୍ରଥମ ନାଗରିକଙ୍କ ସହ ଉଠାଇଲେ ଫଟୋ । More

କ୍ଷୀପ୍ର ଗତିରେ ଚାଲିଛି ଅନଲାଇନ୍ ଠକେଇ ! ୭ ମାସରେ ୭ କୋଟିିରୁ ଅଧିକ ସାଇବର ଲୁଟ୍

ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍‌ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ । More

IAS ସ୍ତରରେ ବଡ଼ ଧରଣର ଅଦଳବଦଳ ! ବିଷ୍ଣୁପଦଙ୍କୁ ଉଚ୍ଚଶିକ୍ଷା, ଅରବିନ୍ଦଙ୍କୁ କୃଷି ବିଭାଗ ଦାୟିତ୍ୱ

ଆଇଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । More

ଚାକିରିରୁ ପାଉଥିଲେ ୧୬ ହଜାର, ଏବେ ଚାଷରୁ ମାସିକ ରୋଜଗାର ୭୦ ହଜାର

ସାରା ଦେଶରେ ଅନେକ ଚାଷୀ ରହିଛନ୍ତି । ହେଲେ ଆଜି ଆମେ ଏଭଳି ଏକ ଚାଷୀ କଥା କହୁଛୁ, ଯିଏ ବି-ଟେକ ପାଠ ପଢି ସାରିଲା ପରେ ଏଲଆନ୍‌ଟି ଭଳି କଂପାନୀର ଚାକିରି ଛାଡି ଗାଁକୁ ଆସି ଚାଷ କାମରେ ମାତିଛନ୍ତି । ଆଜି ସେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । More