• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାରଳାଖେମୁଣ୍ଡି ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ହତ୍ୟା ଅଭିଯୋଗ ଆଣିଲା ପରିବାର । ଛାତ୍ରୀ ଜଣଙ୍କୁ ହତ୍ୟା ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଜାଣିଶୁଣି ସିସିଟିଭି ବନ୍ଦ କରିବା ସହ ମୃତ୍ୟୁ ବେଳକୁ ଛାତ୍ରୀ ପିନ୍ଧିଥିବା ଡ୍ରେସ୍ କାହାର ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ । ଏଥିସହ ପୋଲିସର ତଦନ୍ତ ଉପରେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ସେପଟେ ପୋଲିସ କହିଛି ସହପାଠୀ ଓ କଲେଜ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ ।

ପାରଳାଖେମୁଣ୍ଡି ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ୬ ଦିନ ବିତିଲାଣି । ମାତ୍ର ଏଯାଏଁ ମୃତ୍ୟୁ ରହସ୍ୟ ଉପରରୁ ହଟିନି ପରଦା । ସେପଟେ ଝିଅକୁ ହତ୍ୟା କରି ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପାମାଆ କହିଛନ୍ତି, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଯେ ଏହା ଏକ ହତ୍ୟାକାଣ୍ଡ । ହଷ୍ଟେଲରୁ କ୍ଲାସରୁମ୍ ଗଲା ବେଳେ ସିସିଟିଭି କ୍ୟାମେରା ବନ୍ଦ ଥିଲା କାହିଁକି ? ଛାତ୍ରୀ ଜଣକ ବ୍ୟବହାର କରିଥିବା ଲୁଗା କାହାର ? ମୃତ ଦେହ ଝୁଲୁଥିବା ହୁକ ବହୁ ଉଚ୍ଚରେ ଥିବା ବେଳେ ଛାତ୍ରୀଜଣକ ସେସ୍ଥାନକୁ ଗଲେ କେମିତି ?

ଯଦି ଟେବୁଲ କିମ୍ବା ଚୌକି ସାହାଯ୍ୟରେ ଉପରକୁ ଉଠିଥିଲେ ତେବେ ସେଗୁଡିକ ଗଲା କୁଆଡେ ? ପୋଲିସ ଆଗରେ ଏଭଳି ବହୁ ପ୍ରଶ୍ନ ରଖିବା ସହ, ପୋଲିସର ତଦନ୍ତ ନେଇ ଉଠାଇଛନ୍ତି ପ୍ରଶ୍ନ । ଝିଅ ମନିଟର ଥିବାରୁ ପିଲାଙ୍କ ସମସ୍ୟା କର୍ତ୍ତୁପକ୍ଷଙ୍କୁ ଜଣାଉଥିଲେ । ଏଭଳି ସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ପରିବାର ।

ମାମଲାରେ ସହପାଠୀ ଓ କଲେଜ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ । ଜବତ ସିସିଟିଭି ଫୁଟେଜକୁ ଲ୍ୟାବ୍ ପଠାଇବାକୁ ଯୋଜନା କରୁଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସଡିପିଓ ।

ଗୋପାଳପୁର ଥାନା ହରିପୁର ମୃତ ଛାତ୍ରୀଜଣଙ୍କ ଯୁକ୍ତଦୁଇ ପାସ୍ ପରେ ପାରଳଖେମୁଣ୍ଡି ନର୍ସିଂ କଲେଜରେ ପଡୁଥିଲେ । ଗତ ୨୭ ତାରିଖରେ କ୍ଲାସରୁମରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା ଓ ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ