/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659587515.jpg)
Market Building
୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ମାର୍କେଟ ବିଲଡିଂ ଭିତରେ ଉଠାଦୋକାନୀଙ୍କୁ ନବସାଇବା ପାଇଁ ବିଏମ୍ସି ଏବଂ କମିଶନରେଟ୍ ପୋଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି । ଉଠା ଦୋକାନୀଙ୍କୁ ପୋଲିସର ଏକ ଟିମ୍ ଜଗିବ ବୋଲି ସୂଚନା ମିଳିଛି ।
ବିଏମ୍ସିର ଏକ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ରହିବ, ଯେମିତି କୌଣସି ଉଠା ଦୋକାନୀ ମାର୍କେଟ ବିଲଡିଙ୍ଗ ପଶି ପାରିବେନି, ସେନେଇ ଜଗାରଖା କରିବେ । ଉଠା ଦୋକାନୀ ଏବଂ ଦୋକାନୀ ସଂଘ ମଧ୍ୟରେ ଗଣ୍ଡଗୋଳ ଓ ବିବାଦ ପରେ ଗତ ୩ ଦିନ ହେବ ବନ୍ଦ ରହିଥିଲା ମାର୍କେଟ ବିଲଡିଂ ।
କିଛି ଦିନ ତଳେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଗଣ୍ଡଗୋଳ ହେବା ପରେ ମାର୍କେଟ ବିଲ୍ଡିଂ ଗତ ୩ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ବିଏମ୍ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)