/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659615451.jpg)
Reluctance to COVID-19 booster dose raises concerns in Odisha
ଚିନ୍ତା ବଢ଼ାଉଛି ଟିକାକରଣ । ବୁଷ୍ଟର ଡୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଆଗ୍ରହ । ଫଳରେ ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହିଁନ୍ତି । ଆଉ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୨ ଲକ୍ଷ ୭୦ ହଜାର ୪୮୭ ଜଣ ବ୍ୟକ୍ତି ବୁଷ୍ଟର ଡୋଜ ନେଇଛନ୍ତି । ଅର୍ଥାତ ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ନାହିଁନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ନେଇନଥିବାବେଳେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟୀକାକରଣ ୯୦ ପ୍ରତିଶତରୁ କମ ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟିକାକରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଅନୁରୋଧ କରିଛନ୍ତି । ଏହାସହ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ବାରମ୍ୱାର ଲୋକଙ୍କୁ ସଚେତନ କରାଯାଉଛି ।
୧୮ ରୁ ୫୯ ବର୍ଷ ବୟସ୍କ ମାନଙ୍କ ପାଇଁ ଏବେ ମାଗଣାରେ କୋଭିଡ୍ ପ୍ରିକସନ୍ ଡୋଜ୍ ମିଳୁଛି। ସମସ୍ତ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରରେ ଏହି ଟୀକା ଦିଆଯାଉଛି। ୨ୟ ଡୋଜ୍ ଟୀକା ନେଇଥିବା ବ୍ଯକ୍ତିମାନେ ୬ମାସ ପରେ ପରେ ପ୍ରିକସନ୍ ଡୋଜ୍ ନେଇପାରିବେ। #COVID19pic.twitter.com/xL5EhVS7Uz
— I & PR Department, Odisha (@IPR_Odisha) August 4, 2022
ସେପଟେ ରାଜ୍ୟରେ କରୋନା ସଂକ୍ରମଣରେ ୮୦୦ ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୮ ଶହ ୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୦୯ ଏବଂ ଲୋକାଲ କେସ୍ ୩୬୧ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୫୭ ଜଣ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୦ ଓ ଖୋର୍ଦ୍ଧାରୁ ୧୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୪୭୩କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୬ ହଜାର ୩୨୫ ଥିବା ବେଳେ ଏଯାଏଁ କରୋନାରୁ ୧୩ ଲକ୍ଷ ୯୫୧ ଆକ୍ରାନ୍ତ ସୁସ୍ଥ ହେଲେଣି ।
Covid-19 Report For 3rd August
New Positive Cases: 870
Of which 0-18 years: 157
In quarantine: 509
Local contacts: 361(Details of local contacts will be shared by concerned District)
1. Balasore: 10
2. Bargarh: 36
3. Bhadrak: 8
4. Balangir: 45
5. Boudh: 6
6. Cuttack: 20— I & PR Department, Odisha (@IPR_Odisha) August 4, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)