• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । କଟକସ୍ଥିତ OSL ଅଫିସ୍‌ରେ ସିବିଆଇ ରେଡ୍ । ପାରାଦୀପର କିଛି ସ୍ଥାନରେ ମଧ୍ୟ ସିବିଆଇ ରେଡ୍ କରୁଥିବା ସୂଚନା ମଳିଛି । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ମଧ୍ୟ ଚଢାଉ ହୋଇଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ  ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି।

କଟକ ଲିଙ୍କ୍ ରୋଡ୍ ସ୍ଥିତ OSL ଅଫିସରେ ସିବିଆଇ ରେଡ୍ କରିଛି । ପାରାଦୀପ ବଡ଼ପଡ଼ିଆ ସ୍ଥିତ OSL ଅଫିସରେ ମଧ୍ୟ ରେଡ୍ ହୋଇଛି । ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ସିବିଆଇର ଜେରା କରିଥିବାର ସୂଚନା ମିଳିଛି । ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା ଚାଲିଛି । 

ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ୨୦୧ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ପୁଣି ଥରେ କ’ଣ ପାଇଁ ସିବିଆଇ ମହିମା ମିଶ୍ରଙ୍କ ଘରେ ପଶିଛି ତାହା ଉପରେ ସମସ୍ତଙ୍କ ନଜର ।