ସଂକ୍ଷେପରେ ଆଜିର ତାଜା ଖବର - Wednesday, 03 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗର୍ଭଗୃହରେ ଖସିଲା ପ୍ଳାଷ୍ଟର, ବଡ଼ ଆଘାତରୁ ବର୍ତ୍ତିଗଲା ମହାପ୍ରଭୁ ବଳଭଦ୍ରଙ୍କ ଶ୍ରୀଅଙ୍ଗ

ଏଏସ୍‌ଆଇକୁ ଦୋଷ ଦେଲେ ସେବାୟତ ଓ ଭକ୍ତ । ଏତେ ଗୁରୁତର ଘଟଣା ନୁହଁ କହିଲେ ଏଏସ୍‌ଆଇ ଅଧିକାରୀ । ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ?  More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବିଧାୟକ ଟିମ୍, ଅଭିନନ୍ଦନ ସଂକଳ୍ପ ନେଇ କଲେ ଅବଗତ

ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ ବିଧାୟକ । ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ଦେଶର ପ୍ରଥମ ନାଗରିକଙ୍କ ସହ ଉଠାଇଲେ ଫଟୋ । More

କ୍ଷୀପ୍ର ଗତିରେ ଚାଲିଛି ଅନଲାଇନ୍ ଠକେଇ ! ୭ ମାସରେ ୭ କୋଟିିରୁ ଅଧିକ ସାଇବର ଲୁଟ୍

ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍‌ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ । More

IAS ସ୍ତରରେ ବଡ଼ ଧରଣର ଅଦଳବଦଳ ! ବିଷ୍ଣୁପଦ ଦୁଇରୁ ଅଧିକ ଦାୟିତ୍ୱ

ଆଇଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । More

ଚାକିରିରୁ ପାଉଥିଲେ ୧୬ ହଜାର, ଏବେ ଚାଷରୁ ମାସିକ ରୋଜଗାର ୭୦ ହଜାର

ସାରା ଦେଶରେ ଅନେକ ଚାଷୀ ରହିଛନ୍ତି । ହେଲେ ଆଜି ଆମେ ଏଭଳି ଏକ ଚାଷୀ କଥା କହୁଛୁ, ଯିଏ ବି-ଟେକ ପାଠ ପଢି ସାରିଲା ପରେ ଏଲଆନ୍‌ଟି ଭଳି କଂପାନୀର ଚାକିରି ଛାଡି ଗାଁକୁ ଆସି ଚାଷ କାମରେ ମାତିଛନ୍ତି । ଆଜି ସେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । More

ନ୍ୟୁଡ୍‌ କଲ୍‌ ଠକେଇ ହେଲେ ତୁରନ୍ତ ଥାନାକୁ ଆସନ୍ତୁ: ପ୍ରତୀକ ସିଂ

ସାଇବର କ୍ରାଇମନ ନେଇ ଲୋକଙ୍କୁ ସତର୍କ ହେବା ନେଇ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । More

୫ ରୁ ପ୍ରବଳ ଛେଚିବ, ୧୦ ଜିଲ୍ଲାକୁ ୱାର୍ଣ୍ଣିଂ

ଦୁର୍ବଳ ହୋଇଯାଇଥିବା ମୌସମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାଫଳରେ ଅଗଷ୍ଟ ୫ ତାରିଖ (ଶୁକ୍ରବାର)ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। More

ଡ୍ରପ୍‌ ଆଉଟ୍‌ ରୋକିବାକୁ ଅପ୍‌ଗ୍ରେଡ୍‌ ହେବ ହାଇସ୍କୁଲ

ଡ୍ରପ୍‌ ଆଉଟ୍‌ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ। More

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ, କିଏ ଦେଲେ କି ଉପହାର...

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି। More

ବାସି ଖାଦ୍ୟ ନେଲା ଜୀବନ; ୫ ଗୁରୁତର

ବାଲେଶ୍ୱର ସିମୁଳିଆ ଥାନା ଦଧିବାମନପୁର ଗାଁରେ ବାସିଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । More

ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ୍‌ଙ୍କ ଭାଇ ! 

ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି। More

ଏଥର ରାକ୍ଷୀପୂର୍ଣ୍ଣିମା ହେବ ନିଆରା, ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ ଯାଜପୁର ଛାତ୍ରଛାତ୍ରୀ

ଏଥର ଯାଜପୁରର ରାକ୍ଷୀ ବାନ୍ଧିବେ ଯବାନ। ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ। ସୀମାରେ ଦେଶର ସୁରକ୍ଷା କରୁଥିବା ଭାଇଙ୍କ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ସ୍ୱତନ୍ତ୍ର ଡାକରେ ପଠାଗଲା ରାକ୍ଷୀ। ଛାତ୍ରଛାତ୍ରୀ କହିଲେ, ଆମେ ତ ସେନାରେ କାର୍ଯ୍ୟରତ ଥିବା ଭାଇଙ୍କୁ କିଛି ଦେଉନୁ, ବାସ୍‌ ଟିକିଏ ସ୍ନେହ ଦେଉଛୁ.. More

ପୁଅ, ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ସ୍ତ୍ରୀ ଫେରାର !

ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବାରମ୍ବାର ଥାନାକୁ ଡକାଉଥିବାରୁ ମାନସିକ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ନ୍ୟାୟ ନପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି। More

ନଦୀ ମଝିରେ ଅଭାବନୀୟ ଘଟଣା; ୩ ଘଣ୍ଟା ଧରି ଫସି ରହିଲେ ମାଆ ପୁଅ

ନଦୀ ପାର ହେଲା ବେଳେ ପାଣିରେ ଫସି ରହିଲେ ମାଆ ପୁଅ । ୩ ଘଣ୍ଟା ଧରି ଫସି ରହିବା ପରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିବାର ସୂଚନା ମିଳିଛି । More

ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର

ଓଡ଼ିଶାରେ ବଢ଼ି ବଢ଼ି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । More

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ତା’ପରେ ମାଡ଼ି ଆସିଲା ‘ଖଣ୍ଡିଆଭୂତ’...ଭୟଭୀତ ଲୋକେ

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ହଠାତ୍‌ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ।  More

ଫୁଲରେ ‘LOVE U’ ଲେଖି ଆତ୍ମହତ୍ୟା ! ଗଛରେ ଝୁଲୁଛି ମୃତଦେହ...

ଗଛରେ ଝୁଲୁଛି ମୃତଦେହ, ରାସ୍ତାରେ ଫୁଲରେ ସଜେଇ ଲେଖା ହୋଇଛି ‘LOVE U’। ରାସ୍ତାକଡ଼ ନିମ୍ବ ଗଛରୁ ଝୁଲୁନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। More

Daily Horoscope 3rd August 2022: ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଖୁସି ଖବର ମିଳିବ

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ  ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ଦେଢ଼ କିଲୋର ପ୍ଲାଷ୍ଟର

ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। More

ଲାଲ୍‌ବାହିନୀର ଭୟରେ ସରକାରୀ ବସ୍‌ ଚଳାଚଳ ବନ୍ଦ

ନକ୍ସଲ ସଂଗଠନର ଡାକରା ଦେବା ମାତ୍ରେ ବନ୍ଦ ହୋଇଯାଉଛି ସରକାରୀ ବସ୍‌ ଚଳାଚଳ। ଲାଲ୍‌ବାହିନୀ ସହିଦ ସପ୍ତାହ ପାଳନ କରୁଥିବାରୁ ଏବେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି।  More

ଗଛଲଗା ନାଁରେ କୋଟି କୋଟି ଟଙ୍କା ହଡ଼ପ; ଡ୍ରୋନ୍ କ୍ୟାମେରାରେ ବନବିଭାଗର ଅପାରଗତା ଧରିଲେ ସିଏଜି

୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ । More

ଦାରିଦ୍ର୍ୟତା ନେଇଗଲା ଜୀବନ ! ବିଷ ପିଇ ଆତ୍ମହତ୍ୟା କଲେ ମାଆ-ଝିଅ, କୁନି ପୁଅକୁ ବି ଛାଡ଼ିଲେନି

ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । More

କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି। More

ଅନିଶ୍ଚିତତା ଘେରରେ ଠିକା ଡିଇଓଙ୍କ ଭବିଷ୍ୟତ ! ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିକ ନୂଆ ନିଯୁକ୍ତି ଉପରେ ରୋକ୍

ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା । More

ଆଶ୍ଚର୍ଯ୍ୟ ! ଦେଓମାଳି ବି କ’ଣ ଆମର ନୁହେଁ ? ସରକାରୀ ଖାତା ଖତିଆନ୍‌ରେ ନାହିଁ ରେକର୍ଡ..

ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ । More