• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା । ଆଉ ଏହି ଅନିଶ୍ଚିତତା ସୃଷ୍ଟି ହୋଇଛି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ । ଗତ ଜୁଲାଇ ୧୩ ତାରିଖରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସବୁ ବିଭାଗକୁ ଲେଖାଯାଇଥିବା ଚିଠିକୁ ଦେଖିଲେ ଏମିତି କିଛି ସନ୍ଦେହ ଏବେ ମନକୁ ଆସୁଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଏଣିକି ଚୁକ୍ତି ଭିତ୍ତିରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦିଆଯିବ ନାହିଁ । କୌଣସି ବିଭାଗ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ଠିକା ଡିଇଓ ନିଯୁକ୍ତି ଦେଇପାରିବେନି ।

ଗତ ମାର୍ଚ୍ଚ ୧୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ ସରକାର ନେଇଥିବା ନିଷ୍ପତ୍ତକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ, ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, କିଛି ନିର୍ଦ୍ଦିଷ୍ଟ ଏଜେନ୍‌ସିକୁ ଡାଟା ଏଣ୍ଟ୍ରି ଦାୟିତ୍ୱ ଦିଆଯିବ । ସେମାନେ ଆବଶ୍ୟକ ମୁତାବକ ସ୍ୱଚ୍ଛତା ରଖି କାମ କରିବେ । ଡାଟା ଏଣ୍ଟ୍ରିରେ ତ୍ରୁଟି କଲେ ସେମାନଙ୍କ ଉପରେ ଜରିମାନା କରାଯିବ । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଏଜେନ୍‌ସି ଏହି କାମ କରିବେ ତେବେ ରାଜ୍ୟରେ ବିଭିନ୍ନ ଠିକା ସଂସ୍ଥା ବା ଆଉଟସୋର୍ସିଂ ଅଧୀନରେ କାମ କରୁଥିବା ହଜାର ହଜାର ଡିଇଓ ଯିବେ କୁଆଡ଼େ ? ସେମାନଙ୍କ ଚାକିରି ରହିବ ତ ?

ଆଉଟସୋର୍ସିଂ ସଂସ୍ଥା ବା ଠିକା ଅଧିନରେ କାମ କରୁଥିବା କିଛି ଡାଟା ଏଣ୍ଟ୍ରି ଅପରେଟର ନିଜ ଚାକିରି ନିୟମିତ କରିବାକୁ ହାଇକୋର୍ଟରୁ ଅର୍ଡର ଆଣିଛନ୍ତି । ତେବେ ଏହି ଅର୍ଡରକୁ ସରକାର ଚ୍ୟାଲେଞ୍ଜ କରିବେ । ଏଥିପାଇଁ ଗୃହ ବିଭାଗ ନୋଡାଲ ଡିପାର୍ଟମେଣ୍ଟ ଭାବେ କାମ କରିବ । ଏପରିକି ଅର୍ଥ ବିଭାଗ ପକ୍ଷରୁ ଏହି ଅର୍ଡରକୁ ଚ୍ୟାଲେଂଜ କରାଯାଇଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ସରକାର ହାଇକୋର୍ଟଙ୍କ ଅର୍ଡରକୁ କାର୍ଯ୍ୟକାରୀ କରିବା ବଦଳରେ ଏହାକୁ ଚ୍ୟାଲେଂଜ୍ କରିବାକୁ ନିଷ୍ପତ୍ତି ନେଲେ କାହିଁକି ? ବର୍ଷ ବର୍ଷ ଧରି କାମ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ଚାହୁଁନାହାନ୍ତି କି ସରକାର ? ଏପଟେ ବର୍ଷ ବର୍ଷ ଧରି ଠିକାରେ କାମ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବି କରିଛନ୍ତି ବିରୋଧୀ ।