Advertisment

ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ଦେଢ଼ କିଲୋର ପ୍ଲାଷ୍ଟର

ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
1.5 Kg Plaster Falls In Puri Srimandir

1.5 Kg Plaster Falls In Puri Srimandir

ପୁରୀ ଶ୍ରୀମନ୍ଦିରରେ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଛି। ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ପଥରଟିକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗି ନାହିଁ। ଏହା ପଥର ନୁହଁ ଚୂନପ ଥର ବା ପ୍ଳାଷ୍ଟର ହୋଇଥାଇପାରେ ବୋଲି  ଅନୁମାନ କରାଯାଉଛି।

Advertisment

ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ASI ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ହୁଏତ ସେଥିପାଇଁ ଚୂନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।  

Puri Jaggannth Temple Puri Srimandir
Advertisment
Advertisment