/odishatv-khabar/media/post_attachments/uploadimage/library/16_9/16_9_0/samir-dash_1626072352.jpg)
samir dash
ରାଜ୍ୟରେ ବଢୁଥିବା ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ । ଆସନ୍ତା ଶିକ୍ଷା ବର୍ଷରୁ ୧୦୦ ଟି ହାଇସ୍କୁଲ କୁ ଅପଗ୍ରେଡ କରାଯିବ । ସବୁ ବ୍ଲକ୍ରେ ପ୍ଲସ ଟୁ କଲେଜ୍ ନାହିଁ । ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ । ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡିଦେଉଥିବାର ଦେଖିବାକୁ ମିଳିଛି । ଅପଗ୍ରେଡ୍ ବ୍ୟବସ୍ଥା ପିଲାଙ୍କ ବିଶେଷ ସୁବିଧା ହେବ । ବିଭାଗ ପକ୍ଷରୁ ଏନେଇ ଯୋଜନା କରାଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସୂଚନାରୁ ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି। ତେଣୁ ମାଟ୍ରିକ୍ ପାସ୍ ପରେ ଏତେ ଦୂର ଯାଇ ପାଠ ପଢ଼ିବା କାଠିକର ପାଠ ହେଉଛି। ଯେଉଁଥିପାଇଁ ପିଲାମାନେ ପାଠ ପଢ଼ା ଛାଡ଼ୁଛନ୍ତି । ଏଥିରେ ଛାତ୍ରୀମାନେ ବେଶୀ ପ୍ରଭାବିତ ହେଉଛନ୍ତି । ଅଧାରୁ ପାଠ ପଢ଼ା ଛାଡ଼ି ନିଜକୁ ଘର କାମରେ ନିୟୋଜିତ କରୁଛନ୍ତି।
ଏଥିରେ ବ୍ରେକ୍ ଲଗାଇବା ପାଇଁ ହାଇସ୍କୁଲକୁ ଅପ୍ଗ୍ରେଡେସନ୍ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏହାଦ୍ୱାରା ଡ୍ରପ୍ ଆଉଟ୍ କମିବ ବୋଲି ଆଶା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥା ଦ୍ୱାରା ପିଲାମାନେ କେତେ ଲାଭବାନ ହେଉଛି, ତାହା ସମୟ କହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)