Advertisment

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ତା’ପରେ ମାଡ଼ି ଆସିଲା ‘ଖଣ୍ଡିଆଭୂତ’...ଭୟଭୀତ ଲୋକେ

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ହଠାତ୍‌ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tornado In Puri Triggers Panic Among Locals

Tornado In Puri Triggers Panic Among Locals

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ଆଉ ତା’ପରେ ପ୍ରବଳ ବର୍ଷା। ପୁରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ହଠାତ୍‌ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ। 

Advertisment

ପୁରୀ ଜିଲ୍ଲା ପାନ୍ଥ ଭବନ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଥିବା ଦେଖିବାକୁ ମିଳିଥିଲା। କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରାଯାଇଛି।  

ଘୂର୍ଣ୍ଣିବଳୟ ସୃଷ୍ଟି ପରେ ପ୍ରବଳ ବର୍ଷା ଲାଗି ରହିଥିଲା। ଏପରିକି ଶ୍ରୀମନ୍ଦିର ବାଇଶି ପାହାଚରୁ ଜୋରରେ ପାଣି ମାଡ଼ି ଆସି ସିଂହଦ୍ୱାର ଗୁମୁଟରେ ପୂର୍ଣ୍ଣ ହୋଇଯାଇଥିଲା। ଫଳରେ ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିନଥିଲେ। 

Advertisment

Tornado Tornado In Puri
Advertisment
Advertisment