/odishatv-khabar/media/post_attachments/uploadimage/library/16_9/16_9_0/Stale_Food_1659517551.jpg)
Stale Food
ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଗୁରୁତର । ବାଲେଶ୍ୱର ସିମୁଳିଆ ଥାନା ଦଧିବାମନପୁର ଗାଁରେ ବାସିଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ମେଡ଼ିକାଲରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣଙ୍କ ଅବସ୍ଥା ବେଶ୍ ଗୁରୁତର ରହିଥିବାର ସୂଚନା ମିଳିଛି ।
Advertisment
କଟକର ଏକ ଘରୋଇ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଗୁରୁତରଙ୍କ ମଧ୍ୟରୁ ଜଣେ ନାବାଳକର ଅବସ୍ଥା ସଙ୍କାଟାପନ୍ନ ରହିଛି । ରବିବାର ଗାଁର ଯୁଧିଷ୍ଠିର ଦାସଙ୍କ ଘରେ ବୋରିଂ ଖୋଳା ଯାଇଥିଲା l ଶ୍ରମିକଙ୍କ ସହ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ସେହି ଖାଦ୍ୟ ଦିନରେ ଏବଂ ପରେ ରାତିରେ ଖାଇ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଗାଁରେ ମେଡିକାଲ ଟିମ୍ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)