• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ଏବେ ମାତିଛନ୍ତି ସାଇବର ଠକ । ଟିକିଏ ଅସାବଧାନତା ହେଲେ ସର୍ବସ୍ୱାନ୍ତ ହୋଇଯିବେ ଆପଣ । କମିଶନରେଟ୍ ପୋଲିସ୍‌ର ସୂଚନା ଅନୁସାରେ, ୭ ମାସରେ ୭ କୋଟି ୭୯ ଲକ୍ଷ ୮୩ ହଜାର ଟଙ୍କା ଠକେଇ ହୋଇଛି । ହେଲେ ସେଥିରୁ ମାତ୍ର ୭୦ ଲକ୍ଷ ଟଙ୍କା ଫେରସ୍ତ ହୋଇପାରିଛି । ସେହିପରି ମାତ୍ର ୬୧ ଲକ୍ଷ ଟଙ୍କା ବ୍ଲକ ହୋଇ ପାରଛି । 

ଏହି ତଥ୍ୟକୁ ଦେଖିଲା ପରେ ଜାଣି ହେଉଛି ଯେ ପୋଲିସ୍ ହାତରୁ କେତେ ଦୂରରେ ରହିଛନ୍ତି ସାଇବର କ୍ରମିନାଲ୍ । ଆଜି ପ୍ରେସମିଟ୍ କରି ଲୋକଙ୍କୁ ସତର୍କ ହେବା ନେଇ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଏବେ ମୁଖ୍ୟତଃ ୩ ପ୍ରକାର ଠକେଇ ହେଉଛି । OLXରେ ଜିନିଷ ବିକ୍ରି, ନ୍ୟୁଡ୍‌ କଲ୍ ଓ ବିଦ୍ୟୁତ ବିଲ୍ ପଇଠ ବାହାନାରେ ଠକେଇ ହୋଇଛି । 

ନ୍ୟୁଡ୍‌ କଲ୍‌କୁ ନେଇ ଠକେଇ ଅଧିକ ହେଉଥିବା ବେଳେ ଲୋକଲଜ୍ଜା ଭୟରେ ଥାନାରେ ମାମଲା ହେଉନି । ତେଣୁ ଏଭଳି ଠକେଇ ହୋଇଥିଲେ, ତୁରନ୍ତ ଥାନାରେ ଆସି ମାମଲା ଦେବାକୁ ଡିସିପି ପରାମର୍ଶ ଦେଇଛନ୍ତି । ଜୁଲାଇ ମାସରେ ମୋଟ ୩୬୮ଟି ଠକେଇ କଲ୍‌ ଆସିଥିବା ବେଳେ ୧୪୮ଟି UPI ଫ୍ରଡ୍ ମାମଲା ରେଜିଷ୍ଟର୍ ହୋଇଛି । ସେହିପରି ଦୁଇ ଦିନ ତଳେ ନ୍ୟୁଡ୍‌ କଲ୍ ଜରିଆରେ ଜଣେ ବ୍ୟକ୍ତିଙ୍କଠୁ ୨୫ ଲକ୍ଷ ଠକେଇ ଘଟଣା ସାମ୍ନାକୁ ଆସିଛି ।