/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659510532.jpg)
Mother Son Stucked
ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମାଆ ଓ ଶିଶୁପୁତ୍ର । ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗାଁରେ । ଫସି ରହିଥିବା ମାଆ ପୁଅ ହେଲେ ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ ବର୍ଷର ଶିଶୁପୁତ୍ର । ନଦୀ ଆରପଟ ଜଙ୍ଗଲକୁ ଯାଇ ଫେରୁଥିବା ବେଳେ ହଠାତ ଉପର ମୁଣ୍ଡରୁ ଜଳସ୍ତର ବୃଦ୍ଧି ପାଇଥିଲା । ଆଉ ନଇ ମଝିରେ ଉଭୟ ମା' ଶିଶୁପୁତ୍ର ନଦୀ ପାରି ହେଉଥିଲେ । ଶେଷରେ ନଇ ପାଣି ଉଭୟଙ୍କୁ ଭସେଇ ନେଇଯାଉଥିଲା ।
ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବୁଦାକୁ ଧରି ଚିତ୍କାର କରିଥିଲେ ମହିଳା ଜଣକ । ଚିତ୍କାର ଶୁଣି ଗ୍ରାମର କିଛି ଯୁବକ ଦୌଡ଼ି ଆସିଥିଲେ । ତୁରନ୍ତ ମା' ଓ ଶିଶୁପୁତ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରାୟ ୩ଘଣ୍ଟା ଲାଗିଥିଲା । ତେବେ ନଦୀ ମଝିରେ ମା ଓ ଶିଶୁକୁ ଉଦ୍ଧାର କରି ୨ଟି ଜୀବନ ବଞ୍ଚାଇଥିଲେ ଯୁବକ ।
ଉଦ୍ଧାର କରିଥିବା ଯୁବକ ମାନେ ଭଗବାନ ରୂପରେ ଆସି ଆମକୁ ଉଦ୍ଧାର କରିଛନ୍ତି ବୋଲି ନନ୍ଦିନୀ କାଡ୍ରାକା କହିଛନ୍ତି । ଯୁବକ ମାନଙ୍କ ଏଭଳି ସାହାସିକତା ଯୋଗୁଁ ଦୁଇଟି ଜୀବନ ମୃତ୍ୟୁ ମୁଖରୁ ଉଦ୍ଧାର ହୋଇଛନ୍ତି ବୋଲି ଚର୍ଚ୍ଚା ଓ ପ୍ରଶଂସା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)