Advertisment

ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ୍‌ଙ୍କ ଭାଇ !

ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି।

author-image
Rajalaxmi Sahoo
Private ITI college principal in Mayurbhanj in trouble after students protest

Private ITI college principal in Mayurbhanj in trouble after students protest

ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ୍‌ଙ୍କ ଭାଇ ! ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି। ରାଗ ସେତିକିରେ ଥମିନଥିଲା। ଶେଷରେ ଛାତ୍ରମାନଙ୍କୁ ହଷ୍ଟେଲରୁ ଟିସି ଦେଇ ବଳପୂର୍ବକ ବିଦା କରିଦେଇଥିଲେ।

Advertisment

ରାତି ୩ଟାରେ ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚି ଛାତ୍ରମାନେ ଧାରଣା ଦେଇଥିଲେ। ପ୍ରିନ୍ସିପାଲ ଓ ତାଙ୍କ ସାନ ଭାଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି। ଏକ ନିର୍ଦ୍ଦିଷ୍ଟ ବିଭାଗର ଛାତ୍ରଙ୍କୁ ଅନ୍ୟ ବିଭାଗର ପିଲାଙ୍କ ଆଡମିଟ୍ କାର୍ଡ ଆସିଥିଲା। ଯାହାର ପ୍ରତିବାଦ କରି ଛାତ୍ରମାନେ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିଥିଲେ। ସମସ୍ୟାର ସମାଧାନ ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା। 

ଭୁଲ୍ ଆଡମିଟ୍ କାର୍ଡରେ ପରୀକ୍ଷା ଦେବାକୁ ଛାତ୍ରମାନେ ରାଜି ହୋଇନଥିଲେ। ପ୍ରତିବାଦରେ ପିଲାମାନେ କଲେଜ ଗେଟ୍ ବନ୍ଦ କରି ଆନ୍ଦୋଳନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରିନ୍ସିପାଲଙ୍କ ସାନ ଭାଇ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ। କୁଳିଅଣା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଆଇଟିଆଇ କଲେଜ ପ୍ରିନ୍ସପାଲ ଓ ଅଧ୍ୟାପକଙ୍କୁ ଅଟକ ରଖି  ପଚରାଉଚରା କରୁଛି।

Advertisment
Students Protest
Advertisment
Advertisment