ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବାକୁ ଆମେରିକା ଯାଉଛି ତରଙ୍ଗ ଟିମ୍

ଆମେରିକାର କାଲିଫର୍ଣ୍ଣିଆରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି ଜୁଲାଇ ୨ ତାରିଖରେ । More

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୨ ଦିନ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥଟଣାର ମକଡ୍ରିଲ 

ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି । More

ନାବାଳିକା ଅବସ୍ଥାରେ ପତ୍ନୀ ସହ ସଂପର୍କ ରଖି ଅଡୁଆରେ ସ୍ୱାମୀ, ୫ବର୍ଷ ପୂର୍ବ ମାମଲାରେ ଭୋଗୁଛନ୍ତି ଜେଲ୍ ଦଣ୍ଡ

ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଆଇନଗତ ଲଢ଼େଇ ଲଢ଼ୁଛନ୍ତି ପତ୍ନୀ । ପଢ଼ନ୍ତୁ ବଲାଙ୍ଗିର ଜିଲ୍ଲାର ଜଟିଳ ପ୍ରେମ କାହାଣୀ । More

EOWର ରେଡ୍‌ ପରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ଆଉ ଏକ ମାମଲା, ଆସବାବପତ୍ର କିଣି ଟଙ୍କା ଦେଇନଥିବା ଅଭିଯୋଗ

ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । More

ହାତୀଦାନ୍ତ ମାଫିଆଙ୍କ ଚରାଭୂଇଁ ପାଲଟିଛି କି ବଡ଼ମ୍ବା ରେଞ୍ଜ ? ମିଳୁଛି ଗୋଟିକ ପରେ ଗୋଟିଏ ହାତୀ କଙ୍କାଳ

ମାସକରେ ଉଦ୍ଧାର ହେଲାଣି ୪ଟି ହାତୀ କଙ୍କାଳ More

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ମକ୍‌ଡ୍ରିଲ୍‌, ଦେଖନ୍ତୁ ଭିଡିଓ

ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି  ଅଭ୍ୟାସ କରାଯାଇଛି । More

ସାପଧରାଳିଙ୍କ ଘରେ ୧୯ ସାପ ଛୁଆ

ଅଣ୍ଡାରୁ ଫୁଟି ବାହାରିଲେ ୧୯ ତମ୍ପ ଛୁଆ।  ଜଣେ ସାପଧରାଳିଙ୍କ ଘରେ ଏହି ସାପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି। More

ଗୁଆ ଘିଅ ଗୀତରେ ଯୁବତୀଙ୍କ ସହ ମଞ୍ଚ ଦୁଲୁକାଇଲେ ଲକ୍ଷ୍ମଣ ବେଶଧାରୀ

ରାମ-ସୀତା ବେଶଧାରୀଙ୍କ ଆଧୁନିକ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ଲକ୍ଷ୍ମଣ ବେଶଧାରୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗୁଆ ଘିଅ ଗୀତରେ ୨ ଝିଅଙ୍କୁ ଧରି ମଞ୍ଚ ଦୁଲୁକାଇଥିଲେ ଲକ୍ଷ୍ମଣ ବେଶଧାରୀ। More

ପ୍ରଶାସନକୁ ଶକ୍ତ ଚାପୁଡ଼ା ମାରିବା ପରି ପ୍ରଶ୍ନ କଲେ ଦୃଷ୍ଟିବାଧିତ ଛାତ୍ର : ଥା ଥା ମା ମା ହୋଇଗଲେ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍‌ ଅନ୍ତର୍ଗତ ବେହେରାଗୁଡା ସ୍କୁଲ୍‌ର ଜଣେ ଛାତ୍ର ସ୍କୁଲ୍‌ ସମସ୍ୟାର ସମାଧାନ ପାଇଁ ଯାଇଥିବା ଅଧିକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି.... More

ଆକ୍ସନ ମୋଡ୍‌ରେ ଡିଜିପି- ସସ୍‌ପେଣ୍ଡ୍‌ ହେଲେ କିଶନ ନଗର IIC

ଦାୟିତ୍ୱରେ ଅବହେଳା ପାଇଁ କିଶନନଗର ଥାନା IIC ସସ୍ମିତା ରଣାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି। ଘଟଣାକୁ ନେଇ IICଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ SP ସୁପାରିସ କରିଥିଲେ। More

ଚେତାଇଲେ ସରକାର: ରଥଯାତ୍ରା ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼

ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି। More

ଅଭାଗିନୀର ଅମର ପ୍ରେମ: ‘ସ୍ୱାମୀଙ୍କୁ ନପାଇଲେ ଆତ୍ମହତ୍ୟା କରିବି’

କାରାଗାରରେ ସ୍ୱାମୀ ଆଉ କାଠଗଡ଼ାରେ ସ୍ତ୍ରୀ। ଆଉ ବାଜିରେ ଲାଗିଛି ଶଙ୍ଖା, ସିନ୍ଦୂର। ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳିବା ପାଇଁ କେସ୍‌ ଲଢ଼ୁଛନ୍ତି ସ୍ତ୍ରୀ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ। More

Daily Horoscope 28th June 2022: ଜୀବନସାଥୀ ଆପଣଙ୍କର ପ୍ରଶଂସା କରିବେ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର। More

ରାଜ୍ୟ ପାଇଁ ପୁଣି ଟେନସନ୍‌ ବଢାଇଲା କରୋନା

ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୫ ଆକ୍ରାନ୍ତ ଅଛନ୍ତି। More

ଆସିଲା ଓଡ଼ିଆ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। More

ରାଇଙ୍କ ଅବସାଦ ପଛର କାରଣ କଣ?

ମୃତ୍ୟପୁରେ ରାଇମୋହନଙ୍କ ଚକ୍ଷୁଦାନ କରାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ରାଇ ଭାଇ ଖୁବ୍ ମେଳାପି ଥିଲେ।  More

ଆନନ୍ଦ ଟପ୍ପୋଙ୍କ ରହସ୍ୟଜନକ ମୃତ୍ୟୁ, ବଢ଼ିପାରେ ହକି ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ

ମୃତକଙ୍କ ବାପା କହିଲେ ବାନ୍ଧବୀ ସହ ମିଶି ପୁଅକୁ ମାରିଛନ୍ତି ବୀରେନ୍ଦ୍ର । ମାମଲା ଚପାଇବାକୁ ପୋଲିସ କରୁଛି ଉଦ୍ୟମ । More

ରଥଯାତ୍ରା ବେଳେ ବଢ଼ିଲା କରୋନା ଚିନ୍ତା, ଶ୍ରୀକ୍ଷେତ୍ରରେ ମାସ୍କ ବାଧ୍ୟତାମୂଳକ

କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ । More

ବଦଳିବେ ରାଜ୍ୟ ବିରୋଧୀଦଳ ନେତା, ରେସ୍‌ରେ ଜୟନାରାୟଣ-ମୋହନ-ସୁବାଷ

ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି । More

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ । More