• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଁ ଯଦି, ଅନ୍ଧ ହେଲି ତେବେ କଣ ସରକାର ଅନ୍ଧ ? ବିଡିଓ, ତହସିଲଦାର, ସବ୍ କଲେକ୍ଟର ସମସ୍ତେ କଣ ଅନ୍ଧ ହୋଇଗଲେ ? ପ୍ରଶାସନକୁ ଆନ୍ଦୋଳିତ କଲା ଭଳି ଏଭଳି କିଛି ପ୍ରଶ୍ନ କରିଛି ଷଷ୍ଠ ଶ୍ରେଣୀର ଛାତ୍ର । ତାପୁଣି ପ୍ରଶାସନିକ ଅଧିକାରୀଙ୍କ ଆଗରେ । କଳାହାଣ୍ଡି ଧର୍ମଗଡ଼ ବେହେରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଯଶୋବନ୍ଦ ଛତ୍ରିଆ ବ୍ଲକ ଶିକ୍ଷାଧିକାରୀ, ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କୁ ନିଜ ସ୍କୁଲର ସମସ୍ୟା ଜଣାଇଛନ୍ତି । ଖରାଛୁଟି ପରେ ସ୍କୁଲ ଖୋଲିଥିଲା, ହେଲେ ଶିକ୍ଷକ ନଥିବାରୁ ସ୍କୁଲ ପାଠ ପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା ।

୪୨୫ ପିଲାଙ୍କ ପାଇଁ ମାତ୍ର ୭ ଜଣ ଶିକ୍ଷକ ଥିବାରୁ ଆନ୍ଦୋଳରେ ବସିଥିଲେ ଛାତ୍ରଛାତ୍ରୀ । ୧୦ ଦିନ ଧରି ଏହି ଆନ୍ଦୋଳନ ଚାଲିଥିଲେ ବି କୌଣସି ସମାଧାନ ନହେବାରୁ ଗତକାଲି ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ପହଞ୍ଚିଥିଲେ । ଗତକାଲି ଯଶୋବନ୍ତଙ୍କ ଏହି ଦାବି ପରେ ତୁରନ୍ତ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଶିକ୍ଷକ ପଦବୀ ପୂରଣ ଦାବିରେ ଗତ ୧୦ଦିନ ହେବ ଚାଲିଥିଲା ସ୍କୁଲ ବନ୍ଦ ଆନ୍ଦୋଳନ । ଶେଷରେ ଏହାର ପୂର୍ଣ୍ଣଛେଦ ପଡ଼ିଛି । ଗତକାଲି ଅର୍ଥାତ ସୋମବାର ପୁଲିସ ଅଧିକାରୀଙ୍କ ସହ ଧର୍ମଗଡ଼ ବ୍ଲକ ଶିକ୍ଷାଅଧିକାରୀ ସମେତ ଅନେକ ଅଧିକାରୀ ବେହେରାଗୁଡ଼ା ଯାଇ ୨ଜଣ ଶିକ୍ଷକ ନିଯୁକ୍ତି ଦେବାପରେ ସ୍କୁଲର ତାଲା ଫିଟିଛି । ତେବେ ଘଟଣାର ସମାଧାନ ପାଇଁ ଯାଇଥିବା ଅଧିକାରୀମାନଙ୍କୁ ଜଣେ ଦୃଷ୍ଟିବାଧିତ ଛାତ୍ର ପ୍ରଶ୍ନବାଣରେ ଘାଇଲା କରିବା ଅଲୋଚନାର ବିଷୟ ହୋଇଛି । ଖରାଛୁଟି ପରେ ଏହି ସ୍କୁଲ ଖୋଲି ନ ଥିଲା । ଏଠାରେ ଚାରିଶହରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ବେଳେ ମାତ୍ର ୨ଜଣ ଶିକ୍ଷକରେ ସ୍କୁଲ ଚାଲୁଥିଲା, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବନକ ଅସନ୍ତୋଷ ଜାହିର କରିଥିଲେ ।