Advertisment

ଚେତାଇଲେ ସରକାର: ରଥଯାତ୍ରା ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼

ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି।

author-image
Chandan Shishu
Puri Ratha Yatra

Puri Ratha Yatra

ରଥଯାତ୍ରା ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼। ଏକଥା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଆଲାରାମିଂ ସ୍ଥିତି ନାହିଁ, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ। ପୁରୀରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ୫୦ ହଜାରକୁ ବଢ଼ାଯିବ। ଆଣ୍ଟିଜେନ୍ ଟେଷ୍ଟ ସହ ଟିକାକରଣ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଦର୍ଶନ କରିବା ପରେ ଭିଡ଼ ନ କରି ଜାଗା ଛାଡ଼ନ୍ତୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

Advertisment

ସେପଟେ ରାଜ୍ୟରେ କୋଭିଡ୍ ସ୍ଥିତି ଉପରମୁହାଁ ନେଇ ସଂକ୍ରମଣ ସ୍ଲୋ ପ୍ରୋଗ୍ରେସରେ ଅଛି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ ପୂର୍ବରୁ ୫୦ ଭିତରେ ରହୁଥଲା, ଏବେ ସେହି ସଂଖ୍ୟା ୧୦୦ ପାର୍ କରିଛି। ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ସେନେଇ ଗୁରୁତ୍ୱ ଦିଆଯାଉଛି। ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି। ଏବେ ଘରେ ଟେଷ୍ଟିଂ କରାଯାଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ସ୍ଥିତି ଉପରେ ନଜର ରହିଛି, ପିକ୍‌ର କେତେଯାଏଁ ଯାଉଛି ଦେଖୁଛୁ।

ପୁରୀ ରଥଯାତ୍ରା ପାଇଁ ବିଭାଗର ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ପୁରୀରେ ୬୯ଟି ଫାଷ୍ଟଏଡ୍ କେନ୍ଦ୍ର ଖୋଲାଯାଇଛି। ୫୮ଟି ଆମ୍ବୁଲାନ୍ସ ସର୍ଭିସ୍, ୧୧୪ଟି ଷ୍ଟ୍ରେଚର ସର୍ଭିସ ବ୍ୟବସ୍ଥା ହୋଇଛି। ୧୪୫ ଡାକ୍ତର, ୭ ଫୁଡ୍ ସେଫ୍ଟି ଅଫିସର, ୪୦ ଫାର୍ମାସିଷ୍ଟ ବ୍ୟବସ୍ଥା ହୋଇଛି। ୩୦ ନର୍ସିଂ ଅଫିସର, ୪୫ ହେଲ୍ଥ୍ ଅଫିସର, ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ଟି ବେଡ୍ ବ୍ୟବସ୍ଥା ହୋଇଛି। ପ୍ରବଳ ଗୁଳୁଗୁଳି ଦୃଷ୍ଟିରୁ ୨୬ଟି ଏସି ବେଡ୍‌ର ବ୍ୟବସ୍ଥା କରାଯାଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ୍ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ୍ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି। 

Advertisment
COVID19 Odisha Ratha Jatra
Advertisment
Advertisment