Advertisment

ଗୁଆ ଘିଅ ଗୀତରେ ଯୁବତୀଙ୍କ ସହ ମଞ୍ଚ ଦୁଲୁକାଇଲେ ଲକ୍ଷ୍ମଣ !

ରାମ-ସୀତା ବେଶଧାରୀଙ୍କ ଆଧୁନିକ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ଲକ୍ଷ୍ମଣ ବେଶଧାରୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗୁଆ ଘିଅ ଗୀତରେ ୨ ଝିଅଙ୍କୁ ଧରି ମଞ୍ଚ ଦୁଲୁକାଇଥିଲେ ଲକ୍ଷ୍ମଣ ବେଶଧାରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Artiste dressed as Laxman dance to Odia viral song

Artiste dressed as Laxman dance to Odia viral song

ପୌରାଣିକ ଚରିତ୍ର ଓ ଆଦର୍ଶକୁ ଉପହାସ। ରାମ-ସୀତା ବେଶଧାରୀଙ୍କ ଆଧୁନିକ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ଲକ୍ଷ୍ମଣ ବେଶଧାରୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗୁଆ ଘିଅ ଗୀତରେ ୨ ଝିଅଙ୍କୁ ଧରି ମଞ୍ଚ ଦୁଲୁକାଇଥିଲେ ଲକ୍ଷ୍ମଣ ବେଶଧାରୀ।

Advertisment

ଗଞ୍ଜାମ ଜିଲ୍ଲାର କୌଣସି ଏକ ଗାଁରେ ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ଗୁଆ ଘିଅ ଗୀତର ତାଳେ ତାଳେ ଲକ୍ଷ୍ମଣ ବେଶଧାରୀ କଳାକାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପୂର୍ବରୁ ବ୍ରହ୍ମପୁର ସହର ଉପକଣ୍ଠ ଫୁଲ୍‌ଟା ଗାଁରେ ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଆଧୁନିକ ଓଡ଼ିଆ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। 

Advertisment

ବିଶେଷ କରି ଗାଁ ଗୁଡ଼ିକରେ ଯାତ୍ରା ଚାଲିଥିବା ସମୟରେ ଦର୍ଶକଙ୍କୁ ଆକୃଷ୍ଟ ଓ ମନୋରଞ୍ଜନ ପାଇଁ ଏଭଳି କରାଯାଉଥିବା ଚର୍ଚ୍ଚା ହେଉଛି। ପୌରାଣିକ ଚରିତ୍ରକୁ କଦର୍ଥ କରି ଏଭଳି ଚିତ୍ରଣ କରିବା ଘଟଣାନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୌରାଣିକ ନାଟକ ସହ ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଏଭଳି ବିକୃତ ନ କରି ଲୋକକଳା, ନାଟକକୁ ବଞ୍ଚାଇ ରଖିବାକୁ ଉଦ୍ୟମ ହେଉ ବୋଲି ଦାବି ହୋଇଛି। 

Advertisment
Advertisment