/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656402783.jpg)
Kishan nagar IIC suspended
କଟକ କିଶନ ନଗର ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ କିଶନ ନଗର ଥାନା IIC ସସ୍ମିତା ରଣାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି।
Advertisment
ଘଟଣାକୁ ନେଇ IICଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ SP ସୁପାରିସ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସସ୍ପେଣ୍ଡ୍ କରାଯାଇଛି।
ସୂଚନାଥାଉ କି, ୪ ଦିନ ପୂର୍ବେ କିଶନ ନଗର ଥାନା ସାମ୍ନାରେ ଇଷାଣୀ ବରମପୁରର ଗୁଣନିଧି ବିଷୋୟୀ ନିଜକୁ ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମେଡିକାଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା। ଜମିବାଡ଼ି ବିବାଦର ସାମାଧାନ ପାଇଁ ଥାନାକୁ ଯାଇ ହଇରାଣ ହେବା ପରେ ସେ ଏପରି କରିଥିବା ଅଭିଯୋଗ ହୋଇଥିଲା। ା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)