Advertisment

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବାକୁ ଆମେରିକା ଯାଉଛି ତରଙ୍ଗ ପ୍ଲସ୍‌ ଟିମ୍

ଆମେରିକାର କାଲିଫର୍ଣ୍ଣିଆରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି ଜୁଲାଇ ୨ ତାରିଖରେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ranga Taranga

Ranga Taranga

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବାକୁ ଆମେରିକା ଅଭିମୁଖେ ଉଡ଼ାଣ ଭରିଛି ତରଙ୍ଗ ପ୍ଲସ୍ ଟିମ୍ । ଜୁଲାଇ ୨ ତାରିଖରେ ଆମେରିକାର କାଲିଫର୍ଣ୍ଣିଆରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି । ସେଥିରେ ଯୋଗଦେଇ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାକୁ ତରଙ୍ଗ ପ୍ଲସ୍ ଟିମ୍ ନୂଆଦିଲ୍ଲୀରୁ ଆମେରିକା ଯାଇଛି ।

Advertisment

ତରଙ୍ଗ ପ୍ଲସ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ନାଁ ରହିଛି ରଙ୍ଗ ତରଙ୍ଗ । ଏହି ଟିମ୍‌ରେ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍‌ର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀଙ୍କ ସହ ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ସୋମନାଥ ପଣ୍ଡା, ସରୋଜ କୁମାର ନାୟକ, ଅଳକା ଶତପଥୀ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଶାନ୍ତନୁ କୁମାର ସିଆ ଓ ଜୋଜୋଙ୍କ ସମେତ ବହୁ କଳାକାର ସାମିଲ ହୋଇଛନ୍ତି ।

ଏକ ଭିଡିଓ ବାର୍ତ୍ତା ଜାରି କରି ସବ୍ୟସାଚୀ କହିଛନ୍ତି, କାଲିଫର୍ଣ୍ଣିଆରେ ଏକ ଧମାକାଦାର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବରେ ତରଙ୍ଗ ପ୍ଲସ୍ ଟିମ୍ ଏଣ୍ଟରଟେନ୍‌ମେଣ୍ଟର ଏକ ନୂଆ ଧମାକା କରିବାକୁ ଯାଉଛି । ପୁରା ଟିମ୍‌ ପ୍ରବାସୀ ଓଡ଼ିଆଙ୍କ ସହ କନେକ୍ଟ ହେବ ।

Advertisment

ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍‌ର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ କହିଛନ୍ତି, ଅନେକ ଓଡ଼ିଆ ନିଜ ମାଟି ଛାଡ଼ି ବିଦେଶରେ ରହୁଛନ୍ତି । ତେଣୁ ସେମାନଙ୍କ ମନରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ଭାବନା ତିଆରି କରିବ । ଓଡ଼ିଶାର ପରମ୍ପରା ସହିତ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଯୋଡ଼ିପାରିବ ।

କରୋନା କାଳରେ ଯେତେବେଳେ ସାରା ରାଜ୍ୟ ଅଣାୟତ୍ତ ହୋଇପଡ଼ିଥିଲା, ସେତେବେଳେ ତରଙ୍ଗ ପ୍ଲସ୍ ଟିମ୍‌ ଯଥା ସମ୍ଭବ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା । ଆଉ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିଲା । ଏମିତିକି କରୋନାକୁ ନେଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଥିଲା ତରଙ୍ଗ ପ୍ଲସ୍ । ରଙ୍ଗ ତରଙ୍ଗ ମଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ପଥପ୍ରାନ୍ତ ନାଟକ, କମେଡି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଥିଲା ଟିମ୍ ।

ଏହି ଟିମ୍ ଲୋକଙ୍କ ପାଖରେ ସଫଳତା ପୂର୍ବକ ପହଞ୍ଚି ସଠିକ୍ ବାର୍ତ୍ତ ଦେଇଥିଲା । ଲୋକମାନେ କିଭଳି କରୋନା ମହାମାରୀଠାରୁ ସତର୍କ ରହିବେ ଏବଂ ସେନେଇ କ’ଣ ସବୁ କରିବାକୁ ହେବ, ଏହି ଟିମ୍‌ ଲୋକଙ୍କୁ ଶିଖାଇଥିଲା । ରାଜ୍ୟର କୋଣ ଅନୁକୋଣରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିଲା ।

ଏହି ଟିମ୍‌ ନିଜ କାର୍ଯ୍ୟଦକ୍ଷତା ଦ୍ୱାରା ଲୋକଙ୍କ ଅସୁବିଧାକୁ ଲୋକଲୋଚନକୁ ଆଣିଥିଲା । କରୋନା ମହାମାରୀକୁ ନେଇ ଯେତେବେଳେ ଚାରିଆଡ଼େ କୋକୁଆ ଭୟ ରହିଥିଲା, ସେତେବେଳେ କରୋନା ଯୋଦ୍ଧାମାନେ କିଭଳି ସାହସର ସହ ଲୋକଙ୍କ ସେବା କରୁଥିଲେ, ଆଉ ସେମାନେ ସମାଜରେ କେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ତାକୁ ମଧ୍ୟ ଏହି ଟିମ୍‌ ସାମ୍ନାକୁ ଆଣିଥିଲା । ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଏବଂ ସମ୍ବାଦିକମାନେ କିଭଳି ଅସୁବିଧା ଭୋଗୁଥିଲେ ଏବଂ ସେମାନଙ୍କ ପରିବାର କିଭଳି ସ୍ଥିତିରେ ରହୁଥିଲେ, ତାହା ଲୋକଲୋଚନକୁ ଆଣିଥିଲା ଏହି ଟିମ୍ ।

Tarang Plus Taranga Ranga Taranga
Advertisment
Advertisment