Advertisment

ରାଜ୍ୟ ପାଇଁ ପୁଣି ଟେନସନ୍‌ ବଢାଇଲା କରୋନା

ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୫ ଆକ୍ରାନ୍ତ ଅଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Corona

ରାଜ୍ୟ ପାଇଁ ପୁଣି ଟେନସନ୍‌ ବଢାଇଲା କରୋନା। ଦୈନିକ ସଂକ୍ରମଣରେ ଶହେ ପାର୍‌। ୨୪ ଘଣ୍ଟାରେ ଆଉ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୫ ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୪୪୧କୁ ବୃଦ୍ଧି ହୋଇଛି। ଏଠାରେ ଆକ୍ଟିଭ କେସ୍- ୫୧୭ ରହିଛି। ୧୨,୭୯,୭୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ତେବେ ଆଗକୁ ରଥଯାତ୍ରା ଥିବାବେଳେ କୋଭିଡ୍‌ ସଂକ୍ରମଣ ଏବେ ଚିନ୍ତାର କାରଣ ହୋଇଛି। ସେହିପରି ଦିନକରେ ଦେଶରେ ୧୧,୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୪୭କୁ ବୃଦ୍ଧି ହୋଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୭୦୦ ଥିବା ବେଳେ ୪ କୋଟି ୨୭ ଲକ୍ଷ ୯୭ ହଜାର ୯୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment
COVID-19 Corona
Advertisment
Advertisment