ସଂକ୍ଷେପରେ ଆଜିର ତାଜା ଖବର - Sunday, 01 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମେ’ ୪ରେ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ !

ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । More

ବିଧାୟକଙ୍କ ଗିରଫ ନେଇ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍‌, କହିଲେ 'ଏହା ଗଣତନ୍ତ୍ରର ହତ୍ୟା'

ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । More

ଶ୍ରୀମନ୍ଦିର ଚାରିପାଖ ଅନୁଧ୍ୟାନ କଲା ASI, ହେଲେ ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ

ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ । More

ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ

ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।  More

ଚର୍ଚ୍ଚାର ଅନ୍ତ, ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କଲେ ତାରା

କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି । More

CRPF କ୍ୟାମ୍ପରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଦର ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । More

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ: SP,IICଙ୍କୁ କଂଗ୍ରେସର ଟାର୍ଗେଟ 

ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ।  More

BREAKING: ସିଂହଦ୍ୱାର ଗୁମୁଟରୁ ଡେଇଁ ମହିଳା ମୃତ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । More

ବିଡିଓଙ୍କ FIRରେ କାର୍ଯ୍ୟାନୁଷ୍ଠାନ, ବିଧାୟକଙ୍କ FIRରେ ଚୁପ୍: ବିଜେପି

ବିଧାୟକଙ୍କ ଗିରଫଦାରୀକୁ ବିଜେପି ଦୃଢ଼ ନିନ୍ଦା କରିଛି। ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।  More

ଗୋଟିଏ ସିମ୍‌ର ଦାମ୍‌ ୪୦୦ ଟଙ୍କା, ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ

ସିମ୍‌ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା।  More

ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। More

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ More

‘ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ରିସ୍କ ରହିବ ନାହିଁ, ଖୋଲିବ ସ୍କୁଲ’

ରାଜ୍ୟରେ ମେ ମାସରେ ସକାଳ ୬ ରୁ ୯ ଯାଏଁ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । More

ଡ୍ରେନ୍ ଟଙ୍କା ଖାଇଗଲେ, ପାଣି ନିଷ୍କାସନ ବଦଳରେ ଡ୍ରେନରେ ହେବ କି ମଶା ଚାଷ?

ଧନ୍ୟ ସେ ଠିକାଦାର। ଯିଏ ତିଆରି କରିଛି [ଅଷ୍ଟବକ୍ରି ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର... More

ଆଜିଠୁ ୩ ମାସ ଭିତରକନିକା ବନ୍ଦ 

ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି। More

ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। More

ଡିସ୍କମ୍ ଟାଟା ମାଗୁଛି ବିଜୁଳି, ସେତିକି ଦିଆଯାଉଛି ବିଜୁଳି ! ତଥାପି କାହିଁକି ପାୱାରକଟ୍ ?

ବିଶେଷଜ୍ଞଙ୍କ ମତରେ ଯେତେ ବିଜୁଳି ଦରକାର, ଟାଟା ସେତିକି କିଣୁ ନାହିଁ । ଆଉ ହଜାରେ ମେଗାଓ୍ୱାଟ କିଣିଲେ, ପାଓ୍ୱାର କଟ୍ ହୁଅନ୍ତା ନାହିଁ More

ଆଜିଠୁ କାଳବୈଶାଖୀ, ବଜ୍ରପାତ ସହ ୪୦ ରୁ ୫୦ କି.ମି. ବେଗରେ ପବନ ବହିବା ସମ୍ଭାବନା

ମେ’ ୪ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ତଥା ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।  More

ନୃଶଂସ ଜନ୍ମଦାତା : ୩ ଛୁଆଙ୍କୁ ମାରିବା ପରେ କୂଅରେ ଫିଙ୍ଗିଲା ବାପା

ନିଜର ତିନି ପିଲାଙ୍କୁ ମାରି କୂଅରେ ଫୋପାଡ଼ି ଦେଲା ବାପା, ଜନ୍ମଦାତା ହୋଇ କିପରି ହାତ ଥରିଲାନି ? More

ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା : ୩ ମୃତ, ୨ ଗୁରୁତର

ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଟ୍ରକ୍ ପଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। More

‘ମୋ ପୁଅ ତା’ ଜୀବନରେ କ୍ରାଇମ୍‌ କରନି, ହେଲେ ତାକୁ ଫସାଇ ପୋଲିସ୍‌ ପିଟିପିଟି ମାରିଦେଲା’

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ରାଉନସୁଗର କେସ୍‌ରେ ଫସାଇ ଜଣେ ଯୁବକଙ୍କୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ ହୋଇଛି। More

ନ୍ୟାୟ ପାଇଁ ଶ୍ୱଶୂର ଘର ସାମ୍ନାରେ ଆଉ ଜଣେ ତପସ୍ୱିନୀ

ବାପଘର ଲୋକଙ୍କ ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା।  More

ଦେଖା ନଦେବାରୁ ବିଡିଓଙ୍କୁ ପିଟିଲେ ବିଧାୟକ !

ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଡିଓ।  More

ମେ’ରେ ଓଡ଼ିଶାକୁ ରହିଛି ବାତ୍ୟା ଭୟ ! ଏଥର କ’ଣ ରହିଛି ସ୍ଥିତି ? ହେଉଛି ପୂର୍ବାନୁମାନ..

ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । More

ଓଟିଭି ପ୍ରଭାବ ! ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଲା, ଏଣିକି ଖରାରେ ସିଝିବେନି ରୋଗୀ କି ସମ୍ପର୍କୀୟ..

ହସ୍ପିଟାଲ୍ ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ଗଲା ଦୁଇ ଦିନ ଧରି ଲଗାତର ଖବର ପ୍ରସାରଣ ପରେ ଡେରିରେ ହେଲେ ବି ସମ୍ବେଦନହୀନତାର ଟ୍ୟାଗ୍ ହଟେଇ ଆଜି ଯେମିତି ନିଦ ଭାଙ୍ଗିଥିଲା ସମସ୍ତଙ୍କର । More

ରାତାରାତି ଧନୀ ହେବା ଆଶାରେ ବାପାର ବଳି ଦେବାକୁ ପୁଅ କରିଥିଲା ପ୍ରସ୍ତୁତି, ଧରିଲା ପୋଲିସ

ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି । More