Advertisment

ଗୋଟିଏ ସିମ୍‌ର ଦାମ୍‌ ୪୦୦ ଟଙ୍କା, ବଜାର ସାଜିଥିଲା ସୋସିଆଲ୍‌ ମିଡିଆ

ସିମ୍‌ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SIM Card Racket Busted

SIM Card Racket Busted

ଗୋଟିଏ ସିମ୍ ବିକ୍ରି କଲେ ମିଳୁଥିଲା ୪ ଶହ ଟଙ୍କା। ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍‌ ହୋଇଥିଲା। ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ। କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏଭଳି ସୂଚନା ଦେଇଛି। ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁଙ୍କ ସମେତ ୩ ଜଣଙ୍କୁ ଢେଙ୍କାନାଳରୁ ସାଇବର ଟିମ୍ ଗିରଫ କରିଛି।

Advertisment

୩ ଜଣଙ୍କ ଠାରୁ ୧୯,୬୪୧ଟି ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜବତ ହୋଇଛି। ୪୮ଟି ମୋବାଇଲ୍ ସହ ନଗଦ ୧୪ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି। ଲାପ୍‌ଟପ୍‌ ସହ କିଛି ଭୋଟର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି। ଏନେଇ ପ୍ରେସମିଟ୍‌ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। 

ସିମ୍‌ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା। ଦେଶବ୍ୟାପୀ ଏମାନଙ୍କ ନେଟଓ୍ୱର୍କ ଚାଲିଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।ସିମ୍ ବିକ୍ରି ନେଇ ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ଟେଲିକମ୍ କମ୍ପାନୀର କର୍ମଚାରୀ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। 

Advertisment
SIM Card Racket
Advertisment
Advertisment