Advertisment

ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

author-image
Rajalaxmi Sahoo
Odisha government hikes minimum daily wages for workers

Odisha government hikes minimum daily wages for workers

ରାଜ୍ୟ ସରକାର ଶ୍ରମିକଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। Valuable Dearness Allowance (VDA) ସରକାର ବୃଦ୍ଧି କରିଛନ୍ତି। 

Advertisment

ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା ହୋଇଛି।  କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।  

ଆଜି ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ଏହି ଅବସରରେ ଶ୍ରମିକମାନଙ୍କ ତ୍ୟାଗ, କର୍ତ୍ତବ୍ୟ ନିଷ୍ଠା ଓ ସମାଜ ପାଇଁ ସେମାନଙ୍କ ଅବଦାନକୁ ମନେ ପକାଯାଉଛି। ୧୮ଶହ ମସିହାରେ ଆମେରିକାରେ କର୍ମକ୍ଷେତ୍ରରେ ଶ୍ରମିକମାନଙ୍କ ସୁରକ୍ଷା, ଉତ୍ତମ ବାତାବରଣ ଓ ନିର୍ଦ୍ଦିଷ୍ଟ  ସମୟରେ କାମ କରିବାକୁ ଅନୁମତି ଦେବାକୁ ଏକ ବିରାଟ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିଥିଲା।

Advertisment

ଦିନକୁ ୧୬ ଘଣ୍ଟା ବଦଳରେ ୮ ଘଣ୍ଟା କାମ କରିବାକୁ ସେମାନେ ଦାବି କରିଥିଲେ। ଏହି ସମୟରେ ପୋଲିସ ଗୁଳିରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହୋଇଥିଲା। ଏହାପରେ ଶ୍ରମିକମାନଙ୍କ ଦାବିକୁ ଆମେରିକା ସରକାର ମାନି ନେଇଥିଲେ। ଏହା ପରଠାରୁ ମେ’ ପହିଲା ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।  

Daily Wage Workers
Advertisment
Advertisment