• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଏନ୍ଏଚ୍ ୧୬ ବଡ଼ଚଣା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

  • ରୋଗୀ ସମେତ ୩ ମୃତ, ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଜୀବନ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ ୧୬ ଯାଜପୁର ବଡ଼ଚଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

ସୂଚନା ଅନୁସାରେ ରୋଗୀ ନେଇ ଆମ୍ବୁଲାନ୍ସଟି ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସରେ ଥିବା ୫ଜଣକ ମଧ୍ୟରୁ ତିନି ଜଣଙ୍କରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକଟିର ଟାୟାର ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇଥିଲା । ଆଉ ସେତିକି ବେଳେ ପଛପଟୁ ଆସୁଥିବା ଆମ୍ବୁଲାନ୍ସଟି ଟ୍ରକ ପଛପଟୁ ଧକ୍କା ଦେଇଥିଲା ।

ଫଳରେ ଆମ୍ବୁଲାନ୍ସରେ ଥିବା ମହିଳା ରୋଗୀ,ଆମ୍ବୁଲାନ୍ସ ଡ୍ରାଇଭର ଓ ସହକର୍ମୀଙ୍କ ଜୀବନ ଚାଲିଯାଇଛି । ସେହିପରି ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ମୃତକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଘଟଣା ର ଅଧିକ ତଦନ୍ତ ଚଳାଇଛି ।