• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୂଅରେ ଫୋପାଡ଼ି ୩ ଶିଶୁଙ୍କୁ ନିର୍ମମ ହତ୍ୟା ଅଭିଯୋଗ

  • ସୁନ୍ଦରଗଡ଼ କୋଇଡା କୁଲା ଗାଁରେ ଚାଞ୍ଚଲ୍ୟ

କଂସେଇ ବାପାର ନୃଶଂସ କାଣ୍ଡ । ୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗି ହତ୍ୟା କଲା ଜନ୍ମଦାତା । ସୁନ୍ଦରଗଡ଼ କୋଇଡା ଥାନା କୁଲା ଗାଁରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ତେବେ ଅଭିଯୁକ୍ତ କାହିଁକି ଏଭଳି କାଣ୍ଡ ଘଟାଇଛି, ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ । ଅଭିଯୁକ୍ତ ବାପା ଏବେ ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ପ୍ରାଣ ହରାଇଥିବା ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ, ୨ ବର୍ଷ ଓ ୨ ମାସ । ପୋଲିସ୍ ଓ ଅଗ୍ନିଶମ ବାହିନୀ ଆସି କୂଅରୁ ତିନି ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଆଉ ତା’ପରେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି  ।