/odishatv-khabar/media/post_attachments/uploadimage/library/16_9/16_9_0/Youth_Dies_1651373370.jpg)
Youth Dies
‘ମୋ ପୁଅ ଆଜି ଯାଏ ଜୀବନରେ କୌଣସି କ୍ରାଇମ୍ କରିନାହିଁ। ତା’ ଡ୍ୟୁଟି ଭଲ ତ ସେ ଭଲ। ହେଲେ ବ୍ରାଉନସୁଗର କେସ୍ରେ ତାକୁ ଫସାଇ ପୁଅକୁ ପୋଲିସ୍ ପିଟିପିଟି ହତ୍ୟା କରିଛି’।ପାରାଦୀପରୁ ଏଭଳି ଅଭିଯୋଗ ଆସିଛି। ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
Advertisment
ବ୍ରାଉନସୁଗର କେସ୍ରେ ଫସାଇ ପୁଅକୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ମୃତକ ମନୋରରଞ୍ଜନଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏପରିକି ରାତି ଅଧିଆ ପୋଷ୍ଟମର୍ଟମ କରିବା ସହ ମୃତଦେହ ନିକଟକୁ ପୋଲିସ ଛାଡି ନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ମନୋରରଞ୍ଜନଙ୍କ ଦୁର୍ଘଟଣା ହୋଇଥିବା ନେଇ ପ୍ରଥମେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ସୂଚନା ପାଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରଥମେ ମୃତଦେହ ନିକଟକୁ ପରିବାର ଲୋକଙ୍କୁ ପୋଲିସ୍ ଛାଡ଼ି ନଥିବା ଅଭିଯୋଗ ହୋଇଥିଲା। ପରେ ମୃତଦେହକୁ ପୋଲିସ୍ ପରିବାର ଲୋକଙ୍କୁ ଦେଖାଇ ଥିଲେ। ନାକରୁ ରକ୍ତ ବାହାରିବା ସହ କାନ ଫୁଲିଥିବା ଦେଖିବାକୁ ମିଳିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)