• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମେ ମାସରେ ରାଜ୍ୟରେ ଖରାର ପ୍ରଭାବ କମ ରହିବ । ତେଣୁ ରାଜ୍ୟରେ ସକାଳ ୬ ରୁ ୯ ଯାଏଁ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ରିସ୍କ ରହିବନି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି ତେଣୁ ସ୍କୁଲ ଖୋଲିବାର ନିଷ୍କତ୍ତି ନିଆଯାଇଛି, ଏହି ସମୟରେ ପିଲାଙ୍କ ଦୁଇ ବର୍ଷର ପାଠପଢ଼ା କ୍ଷତି ଭରଣା ହୋଇପାରିବ ବୋଲି କହିଛନ୍ତି ସଚିବ ।

ସେହିପରି ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଖୋଲୁଛି । ମଧ୍ୟାହ୍ନ ଭୋଜନ ଦେଇ ସ୍କୁଲ ୯ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷେ, ସକାଳୁଆ ସ୍କୁଲ୍ ସମୟରେ ଗତକାଲି ରାଜ୍ୟ ସରକାର ପୁଣି ପରିବର୍ତ୍ତନ କରିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦେଖି ବର୍ତ୍ତମାନ ଛୁଟିଥିବା ବେଳେ ଆସନ୍ତା ମେ ୨ ତାରିଖରୁ ସ୍କୁଲ ଖୋଲିବ । ଏହିଦିନ ଠାରୁ ସକାଳ ୬ଟାରୁ ରୁ ୯ଟା ପର୍ଯ୍ୟନ୍ତ ପିଲା ସ୍କୁଲିରେ ପାଠପଢ଼ିବେ । ଏନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଜାରି ରହିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି । ଅର୍ଥାତ ଏଥିରେ କୌଣସି ସମୟ ପରିବର୍ତ୍ତନ କରାଯାଇନାହିଁ ।