Advertisment

ଦେଖା ନଦେବାରୁ ବିଡିଓଙ୍କୁ ପିଟିଲେ ବିଧାୟକ !

ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଡିଓ।

author-image
Chandan Shishu
ଅଦ୍ୟତନ ହୋଇଛି
ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ

ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ

ଦେବଗଡ଼: ବିଡିଓଙ୍କୁ ପିଟିଲେ ବିଧାୟକ। ଏଭଳି କିଛି ଅଭିଯୋଗ ଆସିଛି ଦେବଗଡ଼ ତିଲେଇବଣିରୁ। ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ପିଟିଥିବା ଅଭିଯୋଗ ଥାନାରେ ହୋଇଛି। ଆଜି କୌଣସି କାର୍ଯ୍ୟ ପାଇଁ ବିଡିଓଙ୍କୁ ଦେଖା କରିବା ପାଇଁ କହିଥିଲେ ବିଧାୟକ।ହେଲେ ସେ ସ୍କୁଲ ପରିଦର୍ଶନ କରିବାକୁ ବାହାରକୁ ଯାଇଥିବା ଜଣାଇଥିଲେ।

Advertisment

ଏଥିରେ ଉତକ୍ଷୀପ୍ତ ହୋଇ ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଡିଓ। 

ସେହିପରି ବିଧାୟକ ବି ବିଡିଓଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି। ବିଡିଓ ଦୁର୍ବ୍ୟବହାର କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ ଏତଲା କରିଛନ୍ତି। ଉଭୟ ପକ୍ଷର ଏତଲା ଅନୁସାରେ ୨ଟି ମାମଲା କରି ତଦନ୍ତ କରୁଛୁ ବୋଲି SP କହିଛନ୍ତି।

Advertisment
MLA Attacked BDO
Advertisment
Advertisment