/odishatv-khabar/media/post_attachments/uploadimage/library/16_9/16_9_0/mla_1651389363.jpg)
mla
ମାଡ଼ ମାରିଲେ, ଗିରଫ ହେଲେ । ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଛି ଦେବଗଡ଼ ପୋଲିସ୍ । ଅନ୍ୟ ଦୁଇ ଜଣ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ବିଧାୟକଙ୍କ ଗିରଫଦାରୀ ନେଇ ଦେବଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।
ଗତକାଲି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ପିଟିଥିବା ଅଭିଯୋଗ ଥାନାରେ ହୋଇଥିଲା । କୌଣସି କାର୍ଯ୍ୟ ପାଇଁ ବିଡିଓଙ୍କୁ ଦେଖା କରିବା ପାଇଁ କହିଥିଲେ ବିଧାୟକ । ହେଲେ ସେ ସ୍କୁଲ ପରିଦର୍ଶନ କରିବାକୁ ବାହାରକୁ ଯାଇଥିବା ଜଣାଇଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିଲେ । ଆଉ ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ । ତେବେ ଏହି ଘଟଣାକୁ ନେଇ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଥାନାରେ ଏତା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)