ସଂକ୍ଷେପରେ ଆଜିର ତାଜା ଖବର - Tuesday, 05 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ରଦ୍ଦ କଲେ କେନ୍ଦ୍ର ସରକାର

ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର । More

ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ

ଖୋର୍ଦ୍ଧା ଜିଲ୍ଲା ସିମର ଅଞ୍ଚଳରୁ ତାକୁ ଧରାଯାଇଥିବା ସୂଚନା ।ତେବେ ସେ କାହିଁକି ଚୁଲି ଭାଙ୍ଗିଲା, କ’ଣ ରହିଛି ତାର ଉଦେଶ୍ୟ ସେନେଇ ଅଧିକ ସୂଚନା ପାଇଁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।  More

ଓଡ଼ିଶାରେ ପ୍ରତି ଲକ୍ଷରେ ଆତ୍ମହତ୍ୟା କରୁଛନ୍ତି ୧୨ ଜଣ

ପ୍ରଶ୍ନ ଉଠୁଛି, ହତ୍ୟା ତୁଳନାରେ କାହିଁକି ଅଧିକ ରହୁଛି ଆତ୍ମହତ୍ୟା? ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା । More

5T ଅଧିନରେ ଥାଇ ବି ଗଛମୂଳେ ଚାଲିଛି ପାଠ ପଢ଼ା

5T ସ୍କୁଲ୍‌ରେ ପାଠ ପଢା ଚାଲିଛି ଗଛ ମୂଳରେ ଆଉ କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି । ଏହାରି ଭିତରେ ସ୍ମାର୍ଟ ସ୍କୁଲ୍‌ରୁ ଆସିଥିବା ଅନୁଦାନ ଅର୍ଥ ବି ହେରଫେର ହେଉଥିବା ଅଭିଯୋଗ ଆସିଲାଣି । More

ଧାମନଗରରେ ୧୪୪ ଲାଗୁ, କଲ୍ୟାଣ ମଣ୍ଡପ ସାମ୍ନାରେ ଚାରିଚକିଆ ଯାନ ଯିବା ମନା

ଧାମନଗର କଲ୍ୟାଣ ମଣ୍ଡପ ଭୋଟ ଗଣତି କେନ୍ଦ୍ର ନିକଟରେ ୪ ଚକିଆ ଯାନ ଯିବା ଆସିବା ସମ୍ପୂର୍ଣ୍ ମନା ।  More

ମାନସ ସ୍ୱାଇଁ ହତ୍ୟା ମାମଲା: ଯୋଡ଼ି ହେଲା ନୂଆ ପର୍ଦ୍ଧ, ଜଣାପଡ଼ିଲା କେମିତି ହୋଇଥିଲା ହତ୍ୟା

ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । More

ରାଜଧାନୀରେ ପ୍ରଥମ ଥର ପାଇଁ ନୂଆ ଷ୍ଟାଇଲ୍‌ ଚୋରି, ଏଟିଏମ୍‌ ସହ ଉଠାଇନଲେ ! ଟେର୍ ପାଉନି ପୋଲିସ

ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମ୍‌ରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନଙ୍କୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା । More

ରୋଷ ଘର ଚୁଲି ଭଙ୍ଗା ଘଟଣା: ତେଜିଲାଣି ରାଜନୀତି, ତେଜୁଛି ଅସନ୍ତୋଷ ! ଆଗକୁ ଆହୁରି ବଢ଼ିବ

ଭୁବନେଶ୍ୱର ସାଂସଦଙ୍କ ପରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଖନନକୁ ବିରୋଧ କରିବା ସହ ରାଜ୍ୟ ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ବୋଲି କହିଛନ୍ତି ।  More

ରୋଷ ଘର ଚୁଲି ଭଙ୍ଗା ଘଟଣା: ସିସିଟିଭିରେ କଏଦ ବ୍ୟକ୍ତିକୁ ଚିହ୍ନି ନାହାନ୍ତି ସେବାୟତ କିମ୍ବା ପୋଲିସ

ସିସିଟିଭିରେ ଥିବା ଲୋକ କିଏ ? କେହି ଜାଣି ପାରୁନାହାନ୍ତି । ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି । ଏପରିକି ପୁରୀର ବିଭିନ୍ନ ଥାନାଧିକାରୀମାନେ ମୋବାଇଲ୍‌ରେ ସଂପୃକ୍ତ ବ୍ୟକ୍ତିର ଫଟୋ ଧରି ଲୋକଙ୍କୁ ଦେଖାଉଛନ୍ତି । More

BJB କଲେଜରେ ନକଲି ଛାତ୍ରଛାତ୍ରୀ, ଥାନାରେ ଅଭିଯୋଗ କଲେ କର୍ତ୍ତୃପକ୍ଷ

ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । More

ରୋଷ ଘର ଚୁଲି ଭଙ୍ଗା ଘଟଣା ନେଇ ତେଜିଲାଣି ରାଜନୀତି, ବିଜେପି କହିଲା ସରକାରଙ୍କ ଭୂମିକା ସନ୍ଦେହଜନକ

ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ, ଅତ୍ୟନ୍ତ ଦୁଃଖଦାୟକ । ଭବିଷ୍ୟତରେ ଯେମତି ଏହାର ପୁନରାବୃତ୍ତି ନହେବ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । More

ତୃଷା ମେଣ୍ଟାଇ ପାରୁନି ବସୁଧା ଯୋଜନା : ଟାଙ୍କି ବସିଛି ହେଲେ ପାଣି ବାହାରୁନି

ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଞ୍ଚାୟତର ବିନୋବାଭାବେ ଗାଁ ଲୋକଙ୍କ ତୃଷା ମେଣ୍ଟାଇ ପାରୁନି ସରକାରଙ୍କ ବସୁଧା ଯୋଜନା More

ବିକିବାକୁ ଆଣିଥିବା ଜିନିଷର ନାଁ କହି ପାରନ୍ତିନି, ଠରାଠରି କରି ପନିପରିବା ବିକି ଦୁଇ ପଇସା ରୋଜଗାର କରୁଛନ୍ତି ଦିବ୍ୟାଙ୍ଗ ଟୁକୁନା

ଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ତଥା ସାଧାରଣ ଲୋକଙ୍କ ପାଇଁ ଟୁକୁନା ଏକ ପ୍ରେରଣା.. ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ, ଦାମୀ ଗାଡ଼ି, ଆଲିଶାନ କୋଠାଘରକୁ ଯଦି ସଫଳତାର ମାନଦଣ୍ଡରୁ ବାଦ୍ ଦିଆଯାଏ ତେବେ ଦିବ୍ୟାଙ୍ଗ ଟୁକୁନା ବି ଜଣେ ସଫଳ ବ୍ୟବସାୟୀ More

କୁନି କ୍ରିକେଟରଙ୍କ ଚମତ୍କାର ବ୍ୟାଟିଂ : ଯିଏ ତାଙ୍କ ବ୍ୟାଟିଂ ଦେଖୁଛି, ସିଏ ଫ୍ୟାନ ବନି ଯାଉଛି

ଉଚ୍ଚତା ୩ ଫୁଟ ୯ ଇଞ୍ଚ । ସେ ବାମହାତୀ ବ୍ୟାଟସମ୍ୟାନ୍ କିନ୍ତୁ ବିରାଟ କୋହୋଲି ଏବଂ ଯୁବରାଜ ସିଂଙ୍କ ବଡ ଫେଲୋଅର୍ । More

ମାଡ଼ିଗଲା ଭ୍ୟାନ୍‌ : ବାପା ଓ ଦୁଇ ଝିଅ ମୃତ

ଭଞ୍ଜନଗର: ଦୁର୍ଘଟଣାରେ ବାପ ଓ ୨ ଝିଅ ମୃତ, ନାତି ଗୁରୁତର More

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ: କଂଗ୍ରେସ

ଜଗନ୍ନାଥ ହେରିଟେଜ୍ କରିଡର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି। More

ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ, ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ୍

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ । More

ବାଃ ବାଃରେ ମୋହିତ୍ : ଦିବ୍ୟାଙ୍ଗଙ୍କୁ ମାଗଣା ଜଳଖିଆ ଦେଇ ଚର୍ଚ୍ଚାରେ

ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି... More

ମାନସଙ୍କ ଅଧାପୋଡ଼ା ଚପଲ, ଇୟରଫୋନକୁ ଚିହ୍ନିଲେ ପରିବାର ଲୋକେ

୩ ଦିନିଆ ରିମାଣ୍ଡରର ଆଜି ଦ୍ୱିତୀୟ ଦିନ। ମୁହାଁମୁହିଁ କରି ସତ ବାହାର କରୁଛି କ୍ରାଇମବ୍ରାଞ୍ଚ। More

କଟକ ହଷ୍ଟେଲ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ୍ୟୁକୁ ନେଇ କ୍ୟାମ୍ପସରେ ଉତ୍ତେଜନା

କଟକରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । More

ରାଜ୍ୟରେ ERV ସେବା ଆରମ୍ଭ; ୧୧୨ ଡାଏଲ କରି ପାଆନ୍ତୁ ସେବା

ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୋଲିସର ମିଳିତ ଆନୂକୂଲ୍ୟରେ ERV ସେବାର ଶୁଭାରମ୍ଭ ହୋଇଛି । More

୬ଟି ବୁଥରେ ଆଜି ପୁନଃ ମତଦାନ; ହିଂସାକାଣ୍ଡ ପାଇଁ ବନ୍ଦ ହୋଇଥିଲା ଭୋଟ୍

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ହେବ ପୁନଃ ମତଦାନ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । More

ଗୁଲଜାର ହେବେ କି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ?

ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ। More

ପଦ୍ମଶ୍ରୀ ଡି ପ୍ରକାଶ ରାଓ, ଚା’ ବିକି ଚଲାଉଥିଲେ ସ୍କୁଲ ! ଏବେ ଅଷ୍ଟ୍ରେଲିଆରୁ ଝିଅ ଆସି ଚଳାଇବ

କଟକର ବସ୍ତିରେ ରହୁଥିବା ଗରିବ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ନେଇ ପ୍ରକାଶ ରାଓ ଯେଉଁ ନିଆରା ପ୍ରୟାସ କରିଥିଲେ, ତାକୁ ପୂରଣ କରିବା ଏବେ ଭାନୁପ୍ରିୟାଙ୍କ ଲକ୍ଷ୍ୟ । More

ଆନ୍ଧ୍ର କରୁଛି ମାଷ୍ଟର ପ୍ଲାନ୍‌, ଯେନ ତେନ ପ୍ରକାରେ କୋଟିଆ କବ୍‌ଜା କରିବାକୁ ଲାଗିପଡ଼ିଛି

ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ । More

ତେଲ ଦର ଆହୁରି ବଢ଼ିବ, ୧୫୦୦ରୁ ୧୬୦୦ ଟଙ୍କା ବଢ଼ିଲାଣି ସାଧାରଣ ଘର ଖର୍ଚ୍ଚ !

ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର । More

ରାତିରେ ଜଣେ କେହି ସେଠାରେ ଲୁଚିକି ରହି ଏଭଳି କରିଛି: ମୁଖ୍ୟ ସଚିବ

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ।  More