• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସ ତୁଳନାରେ ଖେଳ ଚମତ୍କାର । ବ୍ୟାଟ୍ ଧରିଲେ ବୋଲରଙ୍କ ନିଦ ହଜାଇ ଦେଉଛନ୍ତି । ପଡିଆର ଓ୍ୱିକେଟ୍ ସାମ୍ନାରେ ଛିଡା ହେଲେ ମାରୁଛନ୍ତି ୩୬୦ ଡ଼ିଗ୍ରୀ ସଟସ୍ । କୁନି କ୍ରିକେଟର ଆଦ୍ୱିକ୍ ଜେନାଙ୍କ ବ୍ୟାଟିଂ ଷ୍ଟାଇଲ ସତରେ ଖୁବ୍ ଜବରଦସ୍ତ । ଅଳ୍ପ ବୟସରେ କିନ୍ତୁ ବଡ ବଡ କ୍ରିକେଟରଙ୍କ ଭଳି ଖେଳୁଛନ୍ତି । ଆଦ୍ୱିକ୍ ବ୍ୟାଟିଂ ଷ୍ଟାଇଲ ଦେଖିଲେ ଆପଣ ବି ବନିଯିବେ ତାଙ୍କ ଫ୍ୟାନ୍ ।

ଚମତ୍କାର ଢଙ୍ଗରେ ବ୍ୟାଟିଂ କରୁଛନ୍ତି କୁନି ଖେଳାଳି ଆଦ୍ୱିକ୍ । ବୟସ ପ୍ରାୟ ୫ବର୍ଷ । ଉଚ୍ଚତା ୩ ଫୁଟ ୯ ଇଞ୍ଚ । ସେ ବାମହାତୀ ବ୍ୟାଟସମ୍ୟାନ୍ କିନ୍ତୁ ବିରାଟ କୋହୋଲି ଏବଂ ଯୁବରାଜ ସିଂଙ୍କ ବଡ ଫେଲୋଅର୍ । ଜଣେ ପ୍ରଫେସନାଲ କ୍ରିକେଟର ଭାବେ ଘଣ୍ଟା ଘଣ୍ଟା ଧରି ବ୍ୟାଟିଂ କରି ଦେଖଣାହାରୀଙ୍କ ମନ ମୋହି ଦିଅନ୍ତି ଆଦ୍ୱିକ ।

କ୍ରିକେଟପ୍ରେମୀ ଅଭିମନ୍ୟୁ ଜେନା ଏବଂ ଅନ୍ନପୂର୍ଣ୍ଣା ପରିଡ଼ାଙ୍କ ପୁଅ ଆଦ୍ୱିକ୍ । ପତିପତ୍ନୀ ସବୁବେଳେ ଟିଭି ସାମ୍ନାରେ ବସି କ୍ରିକେଟ୍ ଖେଳ ଦେଖନ୍ତି । ପୁଅ ଆଦ୍ୱିକ୍ ମଧ୍ୟ ବାପାମାଆଙ୍କ ସଙ୍ଗେ ଟିଭିରେ କ୍ରିକେଟ୍ ମ୍ୟାଚ୍ ଦେଖୁ ଦେଖୁ ବାପା ମାଆଙ୍କୁ ବ୍ୟାଟ ବଲ୍ ଆଣି ଦେବାକୁ କହିଥିଲେ । ଆଦ୍ୱିକଙ୍କ ଅନୁରୋଧ କ୍ରମେ ପ୍ଲାଷ୍ଟିକ ବ୍ୟାଟ୍ ବଲ ଆଣି ଦେଇଥିଲେ ବାପାମାଆ ।

ଘରର ଚାରି କାନ୍ଥ ଭିତରେ ଆରମ୍ଭ ହୋଇଥିଲା କ୍ରିକେଟ୍ । ପୁଅର କ୍ରିକେଟ୍ ପ୍ରତି ଆଦର ଏବଂ ବ୍ୟାଟିଂ ଷ୍ଟାଇଲ ଦେଖି ବାପା ଆଶ୍ଚର୍ଯ ହୋଇଥିଲେ । ପରେ ପୁଅ ଖେଳିବା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେଇଥିଲେ ବାପାମାଆ ଅଢେଇ ବର୍ଷ ବୟସରୁ ଖେଳିବା ଆରମ୍ଭ କରିଛନ୍ତି ଆଦ୍ୱିକ ।

କ୍ରିକେଟ୍ କୋଚିଂ ଅନଲା ଇନ ଜରିଆରେ ଆନ୍ତର୍ଜାତିକ କ୍ରିକେଟର ସୁରେଶ ରାଇନାଙ୍କ ଟିମରୁ ଟିପ୍ସ ଗ୍ରହଣ କରୁଛନ୍ତି ଆଦ୍ୱିକ । ତାସହିତ ଆଦ୍ୱିକଙ୍କ ପାଇଁ ଜଣେ ସ୍ଥାନୀୟ କୋଚଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ