Advertisment

ଏଣିକି ଗୋଟିଏ ଡାଏଲ୍‌ରେ ପାଇପାରିବେ ୩ଟି ସୁବିଧା; ରାଜ୍ୟରେ ଲାଗୁ ହେଲା ERV ସେବା

ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୋଲିସର ମିଳିତ ଆନୂକୂଲ୍ୟରେ ERV ସେବାର ଶୁଭାରମ୍ଭ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Now, dial 112 for emergency services in Odisha

Now, dial 112 for emergency services in Odisha

ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୋଲିସର ମିଳିତ ଆନୂକୂଲ୍ୟରେ ERV ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ପେଶାଲ ଡିଜି ମନୋଜ ଛାବ୍ରା ୧୦୬ଟି ଏମରଜେନସୀ ରେସପନ୍ସ ଭେଇକିଲର ଶୁଭାରମ୍ଭ କରିଛନ୍ତି ।

Advertisment
Now, dial 112 for emergency services in Odisha ( ERV ସେବାର ଶୁଭାରମ୍ଭ)

ସୂଚନା ଅନୁସାରେ, କଟକ ଷଷ୍ଠ ବାଟାଲିୟନ ଗ୍ରାଉଣ୍ଡରେ ଏହି ସେବାର ଶୁଭାରମ୍ଭ କରାଯାଇଛି । ସାଧାରଣ ନାଗରିକ ୧୧୨ ନମ୍ବର ଡାଏଲ କରି ଏହି ଇଆରଭି ସେବାର ଲାଭ ନେଇପାରିବେ । ରେସପନ୍ସ ବାହନରେ GIS ଓ GPS ସୁବିଧା ରହିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ୧୦୬ଟି ଗାଡି ରାଜ୍ୟର ୩୪ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ନିୟୋଜିତ ହେବ । ଏକାଧିକ ସଂଖ୍ୟକ ଜରୁରୀକାଳୀନ ନମ୍ବର ବଦଳରେ ୧୧୨ ଡାଏଲ କରି ପୋଲିସ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ସେବାଗୁଡିକର ସୁବିଧା ଏକତ୍ର ନେଇପାରିବେ ।

Advertisment

ଭୁବନେଶ୍ୱର କଟକ କମିଶନରେଟ ପୋଲିସ ପାଇଁ ମୋଟ ୧୪ ଟି ଗାଡି ପ୍ରଦାନ କରାଯାଇଥିବାବେଳେ ପ୍ରତି ଜିଲ୍ଲାର ପ୍ରମୁଖ ସହରକୁ ୩ଟି ଲେଖାଏଁ ଗାଡି ପ୍ରଦାନ କରାଯାଇଛି ।

ଏନେଇ ସ୍ପେଶାଲ ଡିଜି ଏସ୍ଏପି ମନୋଜ ଛାବ୍ରା କହିଛନ୍ତି ଯେ, ‘ଆମେରିକାରେ ରହିଥିବା ୯୧୧ ସେବା ଦ୍ୱାରା ଅଗ୍ନିଶମ, ଆମ୍ୱୁଲାନ୍ସ ଓ ପୋଲିସ ସମାନ ନମ୍ୱରରେ ଯୋଗାଇଦିଆଯାଉଛି । ଠିକ୍‌ ସେହିପରି ଆମ ଓଡ଼ିଶାରେ ମଧ୍ୟ ଏହି ସେବା ଲାଗୁ କରାଯାଇଛି । ଏହା ରାଜ୍ୟବାସୀଙ୍କୁ ଯଥାଶୀଘ୍ର ସାହାଯ୍ୟ କରିବ । ଆଜି ମୋଟ୍‌ ୧୦୬ଟି ଗାଡିର ଶୁଭାରମ୍ଭ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୧୫୦ ଗାଡି ଯୋଗାଇଦିଆଯିବ । ଏହା ଦ୍ୱାରା ଲୋକଙ୍କ ଜରୁରୀକାଳିନ ପରସ୍ଥିତିରେ ସହାୟକ ହେବ’ ।

ସେହିପରି ଏନେଇ ଚିକିତ୍ସା ହେଲଥ୍ କେୟାର ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ‘ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୬ଟି ଗାଡ଼ି ଶୁଭାରମ୍ଭ ହୋଇଥିବାବେଳେ ଏହି ଗାଡ଼ି ଗୁଡିକର କଣ୍ଟ୍ରୋଲ ରୁମ୍‌ ଭୁବନେଶ୍ୱରରେ ରହିବ । ଖୁବ୍‌ କମ୍‌ ସମୟ ମଧ୍ୟରେ ଜରୁରୀକାଳୀନ ସେବା ଯୋଗାଇବ ଏହି ଗାଡି ’ ।

Odisha News Emergency Services
Advertisment
Advertisment