ସଂକ୍ଷେପରେ ଆଜିର ତାଜା ଖବର - Friday, 01 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗ: 'ସାଂସଦ ମିଛ କହି ପୁରୀ ସହରବାସୀଙ୍କୁ ଅପମାନିତ କରିଛନ୍ତି'

ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି। More

ଓଡ଼ିଶା ବାହାରେ କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା ?

ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ । More

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି । More

ଗଡୁଛି ସମୟ ବଢୁଛି ଖର୍ଚ୍ଚ : ରାଜ୍ୟରେ ସେଚ ପ୍ରକଳ୍ପ କାମର ପୋଲ୍ ଖୋଲିଲେ ସିଏଜି

ପ୍ରକଳ୍ପଗୁଡ଼ିକରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମାତ୍ର ୨୪ ଭାଗ ଜମିକୁ ଜଳସେଚନ ହୋଇ ପାରିଛି More

ଚାପମୁକ୍ତ ରୁହ, ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ : ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୋଦି ମନ୍ତ୍ର

ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ପାଇଁ ମୋଦି ମନ୍ତ୍ର ଚାପମୁକ୍ତ ରୁହ,ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ । ନୂଆଦିଲ୍ଲୀର ତାଲକତୋରା ଷ୍ଟାଡିୟମରୁ ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଦାନମନ୍ତ୍ରୀ More

ମାନସ ମର୍ଡର ମିଷ୍ଟ୍ରିର ମହାଖୁଲାସା କଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା : ଅପହରଣ, ହତ୍ୟାଠୁ ଶବ ପୋତିବା ଯାଏଁ ୩ କ୍ରାଇମସ୍ପରେ ଡେମୋ

କ୍ୟାମେରାମ୍ୟାନ୍ ମାନସଙ୍କୁ ଚାନ୍ଦବାଲିରୁ କେମିତି ହେଲା ଅପହରଣ ? ଭୁବନେଶ୍ୱର ଦୟାଲ ଆଶ୍ରମରେ କେମିତି କରାଯାଇଥିଲା ହତ୍ୟା ? ନୟାଗଡ଼ ରଣପୁରରେ ଶବ ପୋତି ଦିଆଗଲା କେମିତି More

ଉତ୍କଳ ପ୍ରଦେଶ ଗଠନରେ ସମ୍ବଲପୁରର ଭୂମିକା

ଭାରତ ସ୍ୱାଧିନତା ପୂର୍ବରୁ ସମ୍ବଲପୁରରେ ଓଡିଆ ଭାଷା ବଦଳରେ କୋର୍ଟ କଚେରୀରେ ହିନ୍ଦି ଭାଷା ପ୍ରଚଳନ ଉଦ୍ୟମକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ। ପରେ ପରେ ଓଡିଶାର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। More

ଉତ୍କଳ ଦିବସରେ ହୋଇଥାନ୍ତେ ପୁରସ୍କୃତ, ହେଲେ ହୋଇଗଲା ଅକାଳ ମୃତ୍ୟୁ

ଉତ୍କଳ ଦିବସରେ କଟକରେ ହୋଇଥାନ୍ତେ ପୁରସ୍କୃତ, ହେଲେ ହୋଇଗଲା ଅକାଳ ମୃତ୍ୟୁ। ଆଜି ସକାଳୁ କଟକ ବାହାରିବା ସମୟରେ କିଶୋର ଚନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ। More

ମାନସ ହତ୍ୟା: ଦୋଷ ମାନିଲେ ଶର୍ମିଷ୍ଠା

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା More

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି; ସଂସଦରେ ଟେବୁଲ ବାଡ଼େଇ କହିଲେ Yes Yes..

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । Yes Yes କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି । More

ଫିଲ୍ମ RRR ପ୍ରେମରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ

ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣବି ପଢିନିଅନ୍ତୁ କଣ ଲେଖିଛି ଏସ୍‌ଟିଏ ଓଡ଼ିଶା। More

କେମିତି ଅଛି ଆମ ଉତ୍କଳ ନିର୍ମାତାଙ୍କ ଏନ୍ତୁଡ଼ିଶାଳ

ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆଜକୁ ୮୬ ବର୍ଷ ତଳେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଗର୍ବ କରୁଛେ, କହିବାକୁ ଗଲେ ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ ମଧ୍ୟରୁ କିଛି ବରପୁତ୍ରମାନଙ୍କ ଜନ୍ମମାଟି କିପରି ଅଛି ଆସନ୍ତୁ ଜାଣିବା। More

ଯୌନ ନିର୍ଯାତନା ଦେଉଥିଲେ ପ୍ରଧାନଶିକ୍ଷକ : ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ଛାତ୍ରୀ

ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା More

ଆଶ୍ରମ ଭିତରେ କେମିତି ମାନସଙ୍କୁ କରିଥିଲେ ହତ୍ୟା ? ଡେମୋ ଦେଖାଇବା ବେଳେ କାନ୍ଦି ପକାଇଲେ ଶର୍ମିଷ୍ଠା

ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ କ୍ରାଇମ ସିନ୍ ରିକ୍ରିଏସନ୍‌ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।  More

ସାରା ରାଜ୍ୟରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ମଧ୍ୟ କମିଶନରେଟ୍ ପୋଲିସ୍ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି । More

ଅମାନବିକତାର ଚରମ ନିଦର୍ଶନ: ନାବାଳିକାକୁ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ

ନାବାଳିକାକୁ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧି ନିର୍ଯାତନା। ଥାନାକୁ ଯିବାରୁ ପୀଡିତାଙ୍କୁ ଅଭିଯୁକ୍ତର ପରିବାର ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। More

ହତ୍ୟା ପଛରେ ଖାଲି ଚିପ୍ ନୁହେଁ ? ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ତଥ୍ୟ

ମାନସଙ୍କୁ ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ପିଟିଥିବା ଅନୁମାନ କରାଯାଉଛି । ଅତ୍ୟଧିକ ମାଡ଼ ଯୋଗୁଁ ମାନସଙ୍କ ମୃତ୍ୟୁ ଘଟିଥିଲା । ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । More

ବଡ଼ ଘୋଷଣା: ଆଉ ୪ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର

ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି। More

ତୁଷରା ଶାଶୁ ବୋହୂ ହତ୍ୟା ଘଟଣା, ପୁତୁରା ଜଗନ୍ନାଥ ମେହେରଙ୍କୁ ଅଟକ ରଖିଛି ପୋଲିସ

ବଲାଙ୍ଗିର ତୁଷରା ଡବଲ ମର୍ଡର ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଅଭିଯୁକ୍ତର ନାଁ ହେଲା ଜଗନ୍ନାଥ ମେହେର । ଘରୋଇ କଳିକୁ ନେଇ ଖୁଡ଼ି ଓ ଜେଜେମାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି । More

ଖୋଲୁଛି ମାନସ ମୃତ୍ୟୁ ରହସ୍ୟ, ପଳାସପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ।  More

ସନ୍ଦେହ ଘେରରେ ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ମୃତ୍ୟୁ

ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।   More

ଡ୍ରୋନ୍ ଜଗିଛି ଶିମିଳିପାଳ ନିଆଁ, ୪ ଦିନ ହେବ ଅଭୟାରଣ୍ୟରେ ଲାଗିଛି ନିଆଁ

ଡ୍ରୋନ୍ ଜଗିଛି ଶିମିଳିପାଳ ନିଆଁ, ଗତ ୪ ଦିନ ହେବ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଲାଗିଛି ନିଆଁ । ବନ ବିଭାଗ ନାକେଦମ୍ ପରେ ଡ୍ରୋନ୍‌ର ସହାୟତା ଲୋଡ଼ାଯାଇଛି । More

ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ

କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ । More

ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରିପାଇବେ ଚିଟଫଣ୍ଡ ଜମାକାରୀ

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ କହିଲେ ଅଦାଲତ। ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । More

ପଡ଼ୋଶୀ ରାଜ୍ୟରେ ଦହଗଞ୍ଜ ଓଡ଼ିଆ, ଝାଡ଼ଖଣ୍ଡର ଏକାଧିକ ଓଡ଼ିଆ ସ୍କୁଲରେ ପଡ଼ିଛି ତାଲା

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇସାରିଛି । ତେବେ ଯେଉଁ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ, ସେହି ଭାଷା ପଡୋଶୀ ଝାଡଖଣ୍ଡର ଷଢେଇକଳା, ଖରସୁଆଁ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଭେଟିଆ ଆଦି ଅଞ୍ଚଳରେ ସଙ୍କଟରେ ଗତି କରୁଛି । ଏଠାରେ ରହୁଥିବା ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷାକୁ ବଞ୍ଚାଇବାପାଇଁ ସଂଗ୍ରାମ କରୁଛନ୍ତି ଓଡିଆମାନେ । More

ଉତ୍କଳ ଦିବସ ୨୦୨୨: ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ । More

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା;ଆଜି ହୋଇପାରେ କ୍ରାଇମ୍ ସିନ୍ ରିକ୍ରିଏଟ୍

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ‌ଆଜି ଚତୃର୍ଥ ଦିନ । ତିନି ଦିନର ତଦନ୍ତ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ କାହିଁକି ହେଲା ସେ ସମ୍ପର୍କରେ ଜାଣିପାରିନି । ତେଣୁ ଏସମ୍ପର୍କରେ ଅଧିକ ପ୍ରମାଣ ପାଇଁ ଆଜି ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିପାରେ । More

ଓଡ଼ିଶା ରାଜନୀତିରେ ‘ଯିଏ ଜିତିବ ସିଏ ଆମର’ ଫର୍ମୁଲା

ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ । More

ଗାଁରୁ ଦିଶିଲା ରାଜନୀତିର ନୂଆ ଧାରା: ନିର୍ବାଚନ ହାରି ମଧ୍ୟ ପ୍ରତିଶ୍ରୁତି କଲେ ପୂରଣ

ଭୋଟ୍‌ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ । More

ଏଥର ବଜେଟ୍‌ରେ ଭୋଟ ବ୍ୟାଙ୍କ ପ୍ଲାନ୍‌ ! ମିଶନଶକ୍ତିକୁ ଗୁରୁତ୍ୱ ହେଲେ ଶିଳ୍ପ-ଷ୍ଟାର୍ଟଅପ୍‌କୁ ଅଣଦେଖା

କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ମିଳିଛି ଗୁରୁତ୍ୱ । More

ପରୀକ୍ଷା ହେବ ନା ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ୍; ଏନେଇ ଦ୍ୱନ୍ଦ୍ୱ ଭିତରେ ଅଭିଭାବକ, ଛାତ୍ରଛାତ୍ରୀ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍‌ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି । ସରକାର ବି ସ୍ପଷ୍ଚ କରିନାହାନ୍ତି ଯେ ପରୀକ୍ଷା ହେବ ନା ନାହିଁ । ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ ମିଳିବ କି ପିଲାଙ୍କୁ? More

ସରି ଆସିଲାଣି ପୁରୀ-କୋଣାର୍କ ବେଳାଭୂମି ବାଲି ! କେବେ ଚେତିବ ପ୍ରଶାସନ ?

ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ । More