• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ସାଙ୍ଗକୁ ଲକ୍ଷ ଲକ୍ଷର ହରିଲୁଟ୍ । ସିଏଜି ଧରିବା ପରେ, ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଓ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ । ଏମିତିକି ଖର୍ଚ୍ଚ କରି ନପାରିବାରୁ ୮୪୩ କୋଟିର ଅନୁଦାନ ଫେରିଯିବା ନେଇ ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସିଏଜି, ଯାହାକୁ ନେଇ ତେଜିଛି । ରାଜନୀତି ଚାଷୀ ବିରୋଧୀ ସରକାରଙ୍କ ଅପାରଗତାର କୁପରିଣାମ କହି ବିରୋଧୀ ବର୍ଷିଥିବାବେଳେ ପ୍ରକଳ୍ପ ଅଞ୍ଚଳର ବାସିନ୍ଦାଙ୍କ ମାନସିକତାକୁ ଦୋଷ ଦେଉଛି ବିଜେଡି ।

ନୂଆପଡ଼ା ଜିଲ୍ଲାର ଲୋୟର ଇନ୍ଦ୍ର ସେଚ ପ୍ରକଳ୍ପ । ୧୯୯୯ ମସିହାରେ ୨୧୧ କୋଟି ଟଙ୍କା ବ୍ୟୟ ଅଟଳରେ ଆରମ୍ଭ ହୋଇଥିବା ଏ ପ୍ରକଳ୍ପ ୩ ବର୍ଷରେ ଶେଷ ହୋଇ ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୦ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ୧୬ ହଜାର ୭୦୯ ହେକ୍ଟର ଜମିକୁ ଜଳସେଚନ କରିବା କଥା । କିନ୍ତୁ ବିଭିନ୍ନ କାରଣରୁ ବିଳମ୍ବ ହୋଇ ୨୦୨୧ ସୁଦ୍ଧା ବ୍ୟୟବରାଦ ୯ ଗୁଣା ବଢ଼ି ୧ ହଜାର ୯୨୫ କୋଟି ଟଙ୍କା ଛୁଇଁଥିଲା ।

ତଥାପି ପ୍ରକଳ୍ପ ସରି ନଥିଲା, ଆଉ ତରବରିଆ ଭାବେ ୨୦୨୧ ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ । ପରିତାପର ବିଷୟ, ଏତେ ଟଙ୍କା ବ୍ୟୟ ସତ୍ତ୍ୱେ ପୂରଣ ହୋଇ ପାରିନି । ପ୍ରକଳ୍ପର ଅସଲ ଉଦ୍ଦେଶ୍ୟ ନୂଆପଡ଼ାର ୧୩ ହଜାର ହେର ଜମିରୁ ମାତ୍ର ଅଢ଼େଇରୁ ତିନି ହଜାର ହେର ଜମିକୁ ପହଞ୍ଚିଛି ପାଣି, ଯାହାକୁ ନେଇ ଚାଷୀଙ୍କ ତୀବ୍ର ଅସନ୍ତୋଷ ।

ଏଭଳି ସ୍ଥିତି କେବଳ ଲୋୟର ଇନ୍ଦ୍ର ପ୍ରକଳ୍ପର ନୁହଁ, ରାଜ୍ୟର ପ୍ରାୟ ଅଧିକାଂଶ ଜଳସେଚନ ପ୍ରୋଜେରେ ଯାହାକୁ ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେଜେରାଲ ବା ସିଏଜି । ରାଜ୍ୟ ଭୂପୃଷ୍ଠ ଜଳସେଚନ ପ୍ରକଳ୍ପର ସମୀକ୍ଷା ରିପୋର୍ଟରେ ସିଏଜି କହିଛନ୍ତି, ରାଜ୍ୟର ସେଚ ପ୍ରକଳ୍ପ କାଯର୍ୟକାରିତା ଅତ୍ୟନ୍ତ ମନ୍ଥର ପ୍ରକଳ୍ପ ସବୁ ଶେଷ ହେବାରେ ପ୍ରାୟ ୧୩ରୁ ୪୩ ବର୍ଷ ବିଳମ୍ବ ହୋଇଛି । ଯଦ୍ୱାରା ପ୍ରକଳ୍ପ ଖର୍ଚ୍ଚ ୧୮୨ରୁ ୪ ହଜାର ୫୯୬ ପ୍ରତିଶତ ଯାଏଁ ବି ବଢ଼ିଛି ।

ଏମିତିକି ସମୀକ୍ଷାରୁ ଜଣାପଡ଼ିଛି, ପ୍ରକଳ୍ପଗୁଡ଼ିକରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମାତ୍ର ୨୪ ଭାଗ ଜମିକୁ ଜଳସେଚନ ହୋଇ ପାରିଛି । ପ୍ରକଳ୍ପ ଲାଗି ଖର୍ଚ୍ଚ କରିବାର କ୍ଷମତା ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ୮୪୩ କୋଟି ଟଙ୍କା ଫେରାଇ ଦେଇଥିବାରୁ ସିଏଜି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଖାଲି ସେତିକି ନୁହେଁ, ଜଳସେଚନ ପ୍ରକଳ୍ପଗୁଡ଼ିକରେ ୨ ହଜାର ୨୦୩ କୋଟି ଟଙ୍କାର ଆର୍ଥିକ ଅନିୟମିତତାକୁ ବି ଧରିଛନ୍ତି ସିଏଜି ।

ଏଣେ ସିଏଜି, ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ହେରଫେର ଗୁମର ଖୋଲିବା ପରେ ତେଜିଛି ରାଜନୀତି । ଜଳସେଚନରେ ବିଫଳତାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯିବା ସରକାରଙ୍କ ଅପାରଗତା ବୋଲି କହିଛି କଂଗ୍ରେସ । ବିଜେପି କହିଛି, ବିଭାଗ ବିଭାଗ ଭିତରେ ସମନ୍ୱୟର ଅଭାବ ଓ ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ଇଏ ବାସ୍ତବ ସ୍ଥିତି । ବିଜେଡିର ସଫେଇ, ଲୋକଙ୍କ ମାନସିକତା ଲାଗି ବିଳମ୍ବ ହେଉଛି ପ୍ରକଳ୍ପ, ବଢ଼ୁଛି ଖର୍ଚ୍ଚ ।

ପ୍ରତିବର୍ଷ ରାଜ୍ୟ ସରକାରଙ୍କ ନୂଆ ନୂଆ ଦୋଷ ତ୍ରୁଟି ଓ ଅନିୟମିତତା ପଦାକୁ ଆଣୁଛନ୍ତି, ସିଏଜି ଯାହାକୁ ନେଇ ସରକାରଙ୍କ ସ୍ୱଚ୍ଛତା ଓ କାର୍ଯ୍ୟକାରିତାକୁ ନେଇ ଉଠୁଛି ପ୍ରଶ୍ନ ।

ନୂଆପଡ଼ାରୁ ମାୟାଧର ସରାଫଙ୍କ ସହ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା, ଜଗଦୀଶ ଦାଶ ଓ କପିଳେନ୍ଦ୍ର ପ୍ରଧାନ