• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜି ବି ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ଆଜି ବି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଗତ ୪ରୁ ୫ ଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଲାଗିଛି । ନିଆଁ ବନ ବିଭାଗ କର୍ମଚାରୀ ଗୋଟିଏ ଜାଗାରେ ଲିଭାଇବା ବେଳକୁ ଅନ୍ୟ ଜାଗାରେ ନିଆଁ ଲାଗୁଥିବାରୁ ନାକେଦମ୍ ହେଉଛନ୍ତି ।

ନିଆଁ ଲିଭାରେ ନିୟୋଜିତ କର୍ମଚାରୀ ତେବେ ନିଆଁର ସ୍ଥିତି ଜାଣିବା ପାଇଁ ବିଭାଗ ଡ୍ରୋନ୍‌ର ସହାୟତା ନେଇଛି । ଡ୍ରୋନ୍ ସାରା ଅଭୟାରଣ୍ୟ ବୁଲି କେଉଁଠି କେଉଁଠି ନିଆଁ ଲାଗୁଛି ତାର ସ୍ଥିତି ପରଖୁଛି । ହୁତ୍ ହୁତ୍ ହୋଇ ଜଙ୍ଗଲ ଜଳିବା ଦ୍ୱାରା ବହୁ ଔଷଧୀକ୍ଷ ବୃକ୍ଷ ନଷ୍ଟ ହେଉଛି ।

ଶିମିଳିପାଳ ପାଦଦେଶରେ ଥିବା ବସ୍ତି ବାସିନ୍ଦା ମହୁଲ ଫୁଲ ଗୋଟାଇବା ପାଇଁ ହେଉ କିମ୍ବା ଜୀବଜନ୍ତୁ ଶିକାର ପାଇଁ ଅଭୟାରଣ୍ୟରେ ନିଆଁ ଲଗାଇ ଦେଉଛନ୍ତି । ବିଭିନ୍ନ ସମୟରେ ବନ ବିଭାଗ ସଚେତନ କରୁଥିଲେ ମଧ୍ୟ ଲୋକେ ଅମାନିଆ ହୋଇ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now