/odishatv-khabar/media/post_attachments/uploadimage/library/16_9/16_9_0/suicide_1648810507.jpg)
suicide
ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ । ସୁନ୍ଦରଗଡ ଜିଲ୍ଲା ପଟୁଆଡ଼ିହି ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ହଷ୍ଟେଲ ଛାତରୁ ଖସି ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ସ୍କୁଲ କର୍ତ୍ତୃପକ୍ଷ ଦର୍ଶାଉଥିବାବେଳେ ପରିବାର ଲୋକେ କିନ୍ତୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମୃତା ଛାତ୍ରୀଙ୍କ ମାମୁଁଙ୍କ ଅଭିଯୋଗ, ଛାତ୍ରୀଙ୍କୁ ହତ୍ୟା କରାଯାଇଛି ।
ସ୍କୁଲର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଲେଫ୍ରିପଡ଼ା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏନେଇ ସ୍କୁଲ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ସୁନ୍ଦରଗଡ଼ ଏସପି କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସ୍କୁଲର ପ୍ରଧାନଶିକ୍ଷକ ଓ ଓ୍ୱାର୍ଡେନଙ୍କ ଅଟକ ରଖାଯାଇଥିବା ସୂଚନା ମିଳିଛି । ସେହିପରି ଡିଇଓ କହିଛନ୍ତି-ଅଭିଯୋଗ ସତ ପ୍ରମାଣିତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)