Advertisment

ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ଲଘୁଚାପ ସୃଷ୍ଟି

ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହି ଅଞ୍ଚଳରେ ବହୁତ ବାଦଲ ମଧ୍ୟ ଦେଖା ଯାଇଛି ।

ଅଦ୍ୟତନ ହୋଇଛି
Low Pressure Alert

Low Pressure to form

Advertisment

ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହି ଅଞ୍ଚଳରେ ବହୁତ ବାଦଲ ମଧ୍ୟ ଦେଖା ଯାଇଛି । ଏହାର ପ୍ରଭାବରେ ବଙ୍ଗୋପ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Advertisment

ଘୂର୍ଣ୍ଣିବଳୟ ଯୋଗୁଁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୧୪ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପ କ୍ରମେ ଘନୀଭୂତ ହେବା ସହ ୧୬ ତାରିଖ ବେଳକୁ ଅବପାତର ରୂପ ନେଇପାରେ ।

ଏହାର ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ସର୍ବନିମ୍ନ ତାପମାତ୍ରା ଏବଂ ରାତିର ତାପମାତ୍ରାରେ ଏବେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଭାଗ ଆକଳନ କରିଛି ।

Advertisment
Weather Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ