Advertisment

୯ ଯାଏ ବର୍ଷିବ ! ପ୍ରବଳ ବର୍ଷା ସମ୍ଭାବନା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା

ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ଅର୍ଥାତ୍‌ ଗଜଲକ୍ଷ୍ନୀ ପୂଜାରେ କିଛି ସ୍ଥାନରେ ବର୍ଷା ହୋଇପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rainfall Likely Continue In Odisha Till October 9 

Rainfall Likely Continue In Odisha Till October 9

ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ‍ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି। ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ଅର୍ଥାତ୍‌ ଗଜଲକ୍ଷ୍ନୀ ପୂଜାରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ। ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି। 

Advertisment

ଆନ୍ଧ୍ର ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତେଣୁ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ କୋରାପୁଟଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏହାସହ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ହୋଇଥିଲା। ତେବେ ୯ ତାରିଖ ଯାଏ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।

୯ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମପୁରୀ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment

Weather Update
Advertisment
Advertisment