Advertisment

Laba Hansda Controversy: ବାହା ହୋଇଛନ୍ତି ଲବ ହାଁସଦା, ଏଇଠି ରୁହନ୍ତି ତାଙ୍କ ସ୍ତ୍ରୀ ଓ ଝିଅ...

ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଲବଙ୍କ ପତ୍ନୀ ବର୍ତ୍ତମାନ ଭଦ୍ରକରେ ରହୁଛନ୍ତି । କ୍ୟାମେରା ସମ୍ମୁଖରେ ମୁହଁ ଖୋଲିଲେ ଲବଙ୍କ ବଡବାପା ପୁଅ ଭାଇ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Laba Hansda

ପ୍ରେମିକା ଆତ୍ମହତ୍ୟା ମାମଲାରେ ବିବାଦ ଘେରରେ ଛନ୍ଦି ହୋଇଥିବା ବହୁଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦାଙ୍କ ବିରୋଧରେ ଏକ ବଡ଼ ଖୁଲାସା ହୋଇଛି । ଲବ ପୂର୍ବରୁ ବିବାହିତ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଲବଙ୍କ ପତ୍ନୀ ଓ ଝିଅ ବର୍ତ୍ତମାନ ଭଦ୍ରକରେ ରହୁଛନ୍ତି । ଆଜି କ୍ୟାମେରା ସାମ୍ନାରେ ଏହି ସୂଚନା ଦେଇଛନ୍ତି ଲବଙ୍କ ବଡ଼ବାପା ପୁଅ ଭାଇ । ଏଥିସହ ଲବଙ୍କ ସହିତ ତାଙ୍କର ସମ୍ପର୍କ ନଥିବା ସେ କହିଛନ୍ତି ।

Advertisment

ଯାହା ସୂଚନା ମିଳିଛି, ଲବ ହାଁସଦା ୧୦ ବର୍ଷ ତଳେ ବିବାହ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ଶରତ ଅଞ୍ଚଳରେ ତାଙ୍କର ପୈତୃକ ଘର । କିନ୍ତୁ ତାଙ୍କର ପୂରା ପରିବାର ଭଦ୍ରକ ଚରମ୍ପା ଅଞ୍ଚଳରେ ରୁହନ୍ତି । ଲବଙ୍କ ପତ୍ନୀ ଓ ଝିଅ ମଧ୍ୟ ଏବେ ଭଦ୍ରକରେ ରହୁଛନ୍ତି ଏବଂ ପତ୍ନୀ ଏକ ଠିକା ସଂସ୍ଥାରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଲବ ନିଜ ସ୍ତ୍ରୀ ଓ ପିଲାକୁ ଛାଡି ଅଲଗା ରହୁଥିବା ଜଣାପଡିଛି ।

Advertisment


ଅଧିକ ପଢ଼ନ୍ତୁ: କେଉଁଠି ଅଛନ୍ତି ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ?

ଏହି ବିବାଦ ମଧ୍ୟରେ ଲବଙ୍କ ଭଉଣୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ମୋ ଭାଇ ସେମିତି ନୁହଁନ୍ତି । ଆମେ ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଲୁ । ତଦନ୍ତ ସରିଲେ ସବୁ ସତ ସାମ୍ନାକୁ ଆସିବ । ଭାଇ ନିଜେ ଘଟଣା ବିଷୟରେ ଗଣମାଧ୍ୟମକୁ ନିଶ୍ଚିତ ଜଣାଇବେ । ତେବେ ଲବଙ୍କ ବିବାହ କଥା ପଚରାଯିବାରୁ ଏହି ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, କେଉଁଠି ଅଛନ୍ତି ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ? ବିବାଦକୁ ନେଇ କାହିଁକି ଖୋଲୁନାହାଁନ୍ତି ମୁହଁ ? କେମିତି ଗଲା ଲବଙ୍କ ପ୍ରେମିକାଙ୍କ ଜୀବନ ? ଜୀବନ ହାରିଲେ ନା ତାଙ୍କୁ ହତ୍ୟା କରାଯାଇଛି ?

ଏଠାରେ ଉଲ୍ଲେଖଯୋଗ୍ୟ, ଲବ ହାଁସଦାଙ୍କ ପ୍ରେମିକା ୩ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ଭାଇ । ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଅଭିଯୋଗ ଅନୁସାରେ, ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ତାଙ୍କ ପ୍ରେମିକା । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ମୃତ ଯୁବତୀ ପ୍ରେମିକ ଲବଙ୍କୁ ଯୋଗାଯୋଗ କରିଥିଲେ । 

ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା

Lover’s Suicide Odisha News Odisha Youtuber
Advertisment
Advertisment