/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747460001.jpg)
Thunderstorm
ରାଜ୍ୟରେ ଆହୁରି ୩ ଦିନ ଯାଏଁ ଝଡ଼ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୮ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!
ସୂଚନାଯୋଗ୍ୟ ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆଜି ସକାଳ ୮.୩୦ ସୁଦ୍ଧା ଦିନ ତାପମାତ୍ରା ୩୩.୬ ଡିଗ୍ରୀ ଟପିଲା । ପୁରୀରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଆର୍ଦ୍ରତା ୭୨.୬ ପ୍ରତିଶତ ରହିଛି । ଚାନ୍ଦବାଲିରେ ୩୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଆର୍ଦ୍ରତା ୭୫.୪ ପ୍ରତିଶତ ରହିଛି । ଭୁବନେଶ୍ୱରରେ ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୦ ପ୍ରତିଶତ ରହିଛି । ତେବେ ଝଡବର୍ଷାର ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ତ୍ରାହି ମିଳିବ । କାଳବୈଶାଖୀ ଯୋଗୁଁ ବଜ୍ରପାତରୁ ବର୍ତିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ବଜ୍ରପାତରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)