Advertisment

Heavy Rain Lashes North and West Regions: ଛେଚୁଛି ବର୍ଷା; ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ...

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ନିର୍ଘାତ ଛେଚୁଛି। ଆଜି ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ।

author-image
Sujit kumar Swain
Heavy Rain Lashes North and West Regions

Heavy Rain Lashes North and West Regions

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ନିର୍ଘାତ ଛେଚୁଛି। ଆଜି ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଭାରୀ ବର୍ଷା ହେବ। 

Advertisment

ସେହିଭଳି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଝଡ଼ବର୍ଷା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ। ୧୨ ତାରିଖ ଯାଏଁ ରାଜ୍ୟକୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲିଠୁ ବର୍ଷା ପରିମାଣ ସାମାନ୍ୟ କମିପାରେ। ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଆଗାମୀ ୨ ରୁ ୩ ଦିନ ଯାଏଁ ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତିକରିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

ଏପଟେ ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ। ଝାରସୁଗୁଡ଼ା ଜିଲ୍ଲାକୁ ବେହାଲ୍ କରିଛି ଲଗାଣ ବର୍ଷା। ବିଭିନ୍ନ ସ୍ଥାନରେ ବନ୍ୟା ଭଲି ସ୍ଥିତି। ଜଳବନ୍ଦୀ ହୋଇଛି ଝାରସୁଗୁଡ଼ା ଜିଲ୍ଲାର ପ୍ରସିଦ୍ଧ କୋଇଲିଘୁଘର ଶୈବପୀଠ। ମନ୍ଦିର ଭିତରେ ପଶିଛି ବନ୍ୟା ପାଣି। ମୁଖ୍ୟ ମନ୍ଦିର ଚଟାଣକୁ ଲାଗି ପ୍ରବାହିତ ହେଉଛି ପ୍ରଖର ସୁଅ। ଲଖନପୁର ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଏଭଳି ସ୍ଥିତି। ସୁନ୍ଦରଗଡ ହେମଗିରି ଅଞ୍ଚଳରୁ ପ୍ରବାହିତ ହେଉଥିବା ଅହୀରା ନାଳରେ ବନ୍ୟା ଜଳ ପ୍ରବେଶ କରିବାରୁ କୋଇଲିଘୁଘର ଶିବ ମନ୍ଦିର ଜଳମଗ୍ନ ହୋଇଛି।

Advertisment

ଅନ୍ୟପଟେ ଧସୁଛି ନଦୀ ପଠା। ବୈତରଣୀ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି  ହେବା ଆଶଙ୍କା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ନୂଆ ପାଟଣା ନିକଟରେ ନଦୀ  ପାଣି ମାଡରେ ୧୦ ଫୁଟରୁ ଅଧିକ ପଠା ଧସିଥିବା ସୂଚନା ମିଳିଛି। ନଦୀ ମଝିରେ ପୂର୍ତ୍ତ ବିଭାଗର ନବ ନିର୍ମିତ ସେତୁ ନିକଟରେ ପୋତା ଯାଇଥିବା ବଲହା ସହ ମାଟିଦ୍ବୀପ ରେ ପାଣି ମାଡ଼ ହେଉଥିବା କାରଣରୁ ଖାଉଛି ନଦୀ ପଠା। ଘଟଣାସ୍ଥଳରେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦଶରଥପୁର ବ୍ଲକ ପ୍ରଶାସନିକ ଅଧିକାରୀ ବି ରାତିରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ପଠାରେ ବାଲି ବସ୍ତା ପକାଯାଇଛି। 

Heavy Rainfall Heavy Rainfall Alert
Advertisment
Related Articles
Advertisment