Advertisment

Bollywood Actor Murad: ଏମିତି ଜଣେ ଅଭିନେତା... ୫୦୦ ଫିଲ୍ମ କରିଥିଲେ ବି ନିଜର ଘର କି ଗାଡ଼ି ନଥିଲା, ଷ୍ଟ୍ରିଟଲାଇଟ ତଳେ ପଢୁଥିଲା ପୁଅ

ବଲିଉଡର ପଚାଶ ଓ ଷାଠିଏ ଦଶକର ଏମିତି ଜଣେ ଭେଟେରାନ ଅଭିନେତା ଥିଲେ ଯିଏକି ୫୦୦ ଫିଲ୍ମରେ ଅଭିନୟ କରିଥିଲେ ବି ତାଙ୍କର ନିଜର ଗାଡି କି ଘରଟିଏ ନଥିଲା । ପରୀକ୍ଷା ବେଳେ ଷ୍ଟ୍ରିଟଲାଇଟ ତଳେ ବସି ପାଠ ପଢୁଥିଲା ତାଙ୍କ ପୁଅ ।

author-image
Namita Biswal
ଅଦ୍ୟତନ ହୋଇଛି
Bollywood Actor Murad

Bollywood Actor Murad

ପୁରୁଣା ଜମାନାର ଅଭିନେତାମାନେ ଜୀବନର ଅପରାହ୍ନରେ ସଂଘର୍ଷ କରିବାର କାହାଣୀ କିଛି ନୂଆ ନୁହେଁ । ଷାଠିଏ ଦଶକର ସେମିତି ଜଣେ ଭେଟେରାନ ଅଭିନେତା ଥିଲେ, ଯିଏକି ନିଜ କ୍ୟାରିୟରରେ ୫୦୦ରୁ ଊର୍ଦ୍ଧ୍ୱ ହିଟ୍‌ ଫିଲ୍ମ କରିବା ସତ୍ତ୍ୱେ ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରିଥିଲେ । ତାଙ୍କ ମୁଣ୍ଡ ଉପରେ ନିଜର ଛାତ ନଥିଲା । ଭଡା ଘରେ ରହୁଥିଲେ, ଯେଉଁଠି ବିଜୁଳି ଆଲୁଅ ନଥିଲା । ବଡ଼ ବଡ଼ ହିଟ୍‌ ଫିଲ୍ମ କରୁଥିବାବେଳେ ତାଙ୍କ ପୁଅ ଷ୍ଟ୍ରିଟ୍‌ଲାଇଟ ତଳେ ବସି ପାଠ ପଢୁଥିଲେ । ସେହି ବର୍ଷିଆନ ଅଭିନେତା ଜଣକ ହେଲେ ମୁରାଦ । 

Advertisment

ଅଭିନେତା ମୁରାଦଙ୍କୁ ଅମିତାଭ ବଚ୍ଚନଙ୍କ ଭଳି ଭାରତୀୟ ଚଳଚ୍ଚିତ୍ର ଜଗତର ବହୁ ଭେଟେରାନ ଅଭିନେତାଙ୍କ କୋ-ଷ୍ଟାର ଭାବେ ଦେଖାଯାଇଛି । 'ମୋଗଲ-ଏ-ଆଜାମ', 'ଦୋ ବୀଘା ଜମିନ୍‌' ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ସେ ଅଭିନୟ କରି ଲୋକପ୍ରିୟତା ସାଉଁଟିଛନ୍ତି  । କିନ୍ତୁ ଏହି ପ୍ରସିଦ୍ଧି ସତ୍ତ୍ୱେ ତାଙ୍କ ଜୀବନ କେମିତି ଗ୍ଲାମରଠୁ ଦୂରରେ ଥିଲା ତାହା ବଖାଣିଛନ୍ତି ମୁରାଦଙ୍କ ପୁଅ ତଥା ବଲିଉଡର ଜଣାଶୁଣା ଅଭିନେତା ରାଜା ମୁରାଦ । 

ଅଧିକ ପଢନ୍ତୁ: ଫିଲ୍ମର ମୋସନ ପୋଷ୍ଟର ରିଲିଜ, ପସନ୍ଦ ଆସୁଛି ଭାଇଜାନଙ୍କ ଦମଦାର ଲୁକ୍

'ଫିଲ୍ମି ଚର୍ଚ୍ଚା' ୟୁଟ୍ୟୁବ ଚ୍ୟାନେଲରେ ରାଜା ମୁରାଦ ଭୋପାଳରେ ନିଜ ପିଲାଦିନର ସଂଘର୍ଷ ବଖାଣିଥିଲେ । କିପରି ତାଙ୍କ ବାପାଙ୍କ ଲମ୍ବା ଓ ସଫଳ ସିନେମା କ୍ୟାରିୟର ସତ୍ତ୍ୱେ ବି ପରିବାର ଆର୍ଥିକ ସଙ୍କଟରେ ଯୁଝି ହେଉଥିଲା କହିଥିଲେ । ରାଜା ମୁରାଦ କହିଥିଲେ, ''ମୁଁ ଜୀବନରେ ଖୁବ୍ କଠିନ ସମୟ ଦେଖିଛି । ପିଲାଦିନେ ଆମ ଘରେ ବିଜୁଳି ନଥିଲା । ପରୀକ୍ଷା ସମୟରେ ମୁଁ ଷ୍ଟ୍ରିଟଲାଇଟ ତଳେ ବସି ପାଠ ପଢୁଥିଲି । ମଧ୍ୟରାତ୍ରିରୁ ପଢା ଆରମ୍ଭ କରି ସକାଳ ୬ଟା ଯାଏଁ ପଢୁଥିଲି ।'' 

Advertisment

ମୁରାଦ ଯେତେବେଳେ ମାଳ ମାଳ ହିଟ୍‌ ଫିଲ୍ମରେ କାମ କରୁଥିଲେ, ସେ ସମୟରେ ତାଙ୍କ ପୁଅ ଯେ, ଷ୍ଟ୍ରିଟଲାଇଟ ତଳେ ପରୀକ୍ଷା ପ୍ରସ୍ତୁତି କରିବା କଥା ସହଜ ବିଶ୍ୱାସ ନ ହୋଇପାରେ । 

ମୁରାଦ 'ଦେବଦାସ' (୧୯୫୫), 'ସନ୍ନ୍ୟାସୀ', 'ୟାଦୋଁ କି ବାରାତ', 'ତାରଜନ ଗୋଜ୍ ଟୁ ଇଣ୍ଡିଆ' (୧୯୬୨) ଆଦି ବହୁ ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିଲେ । କିନ୍ତୁ ନିଜର ହିଟ୍ ଫିଲ୍ମ କ୍ୟାରିୟରେ ଗୋଟିଏ ଘର କି ଚାରିଚକିଆ ଗାଡିଟିଏ କିଣି ପାରିନଥିଲେ । ତାଙ୍କ ପରିବାର ଭଡ଼ା ଘରେ ରହୁଥିଲେ । 

ପଚାଶ ଓ ଷାଠିଏ ଦଶକର ଅନେକ କଳାକାର ନିଜର ଭବିଷ୍ୟତ ପାଇଁ ବିଶେଷ ଯତ୍ନବାନ ରହୁନଥିଲେ ବୋଲି କହିଛନ୍ତି ରାଜା ମୁରାଦ । ଏଥିସହ ସବୁ କଳାକାରମାନେ ନିଜର ଭବିଷ୍ୟତ ଯୋଜନା କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି । ତେବେ ରାଜା ନିଜ ବାପାଙ୍କୁ ଆଦୌ ସମାଲୋଚନା କରିନାହାନ୍ତି । ତାଙ୍କ ବାପା ଯେମିତି ଚାହୁଁଥିଲେ ବଞ୍ଚୁଥିଲେ ବୋଲି ସେ କହିଛନ୍ତି । 
ଭେଟେରାନ ମୁରାଦଙ୍କ କାହାଣୀ ଦର୍ଶାଏ- ଫେମସ୍‌ ହେବାର ଅର୍ଥ ଧନୀ ହେବା ନୁହେଁ । 

Bollywood Actor Struggle
Advertisment
Advertisment