Advertisment

ଆଜି ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...

ଅଦ୍ୟତନ ହୋଇଛି
Odisha Rainfall Alert

Yellow warning

Advertisment

ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଆଜି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ତେବେ କାଲିଠୁ କମିବ ବର୍ଷାର ପରିମାଣ। କାଲି କେବଳ କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି। ସେହିପରି ୬ ଏବଂ ୭ ତାରିଖରେ ବର୍ଷାର ପରିମାଣ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ..

ସେପଟେ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର। ଘର, ଦୋକାନ, ରାସ୍ତା ଘାଟ ପାଣିରେ ଉବୁଟୁବୁ । ଏପରିକି ବାଲେଶ୍ୱର- ବାରିପଦା ମୁଖ୍ୟ ରାସ୍ତା ଉପରେ ବି ପାଣି ଜମିଛି। ଏହି ରାସ୍ତାର ବାଲିଆରୁ ନୂଆସାହି ଛକରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛିା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଓ ଗଡ଼ି ଚଳାଚଳରେ ବାଧା ଉପୁଜିଛିା ରାସ୍ତାକଡ଼ରେ ଥିବା ଦୋକାନ ଭିତରେ ବି ପାଣି ପଶିଛି ।

Advertisment
Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ