/odishatv-khabar/media/post_attachments/uploadimage/library/16_9/16_9_0/Summer__1678076251.jpg)
Summer
କଲବଲ କରୁଛି ତାତି । ଏବେଠୁ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ମାର୍ଚ୍ଚ ଆରମ୍ଭରୁ ପ୍ରବଳ ତାତି ଅନୁଭୂତ ହେଉଥିବାବେଳେ ଘର ବାହାରକୁ ବାହାରିବାକୁ ଲୋକଙ୍କୁ ଭୟ ଲାଗିଲାଣି । ରାଜ୍ୟ ର ୫ ସହରରେ ୩୮ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି ।
ତାଳଚେର ରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ତତଲା ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା କିଛି ଦିନରେ ରାଜ୍ୟରେ ଆହୁରି ଗରମ ବଢ଼ିବ ବୋଲି କୁହାଯାଇଛି । ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ଏତେ ଗରମ ଯେ ଆଗ କଥା ଭାବିଲା ବେଳକୁ ଚିନ୍ତା ଆସୁଛି । ଗତକାଲି ରାଜ୍ୟର ୫ ସହରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା ।
ତାଳଚେରରେ ସର୍ବାଧିକ ୩୮. ୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରାଜ୍ୟର ଦ୍ୱି ତୀୟ ତତଲା ସହର ଥିଲା ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮. ୪ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଅନୁଗୁଳ ରେ ୩୮. ୧, ଝାରସୁଗୁଡ଼ା ରେ ଏବଂ ଭଦ୍ରକ ରେ ୩୮ ଡିଗ୍ରୀ ରେକର୍ଡ ହୋଇଥିଲା ।
ତେବେ ଆଗକୁ ମଧ୍ୟ ଏଭଳି ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)