Advertisment

Odisha Cold Wave: ଶୀତରେ ଥରୁଛି ସାରା ଓଡ଼ିଶା, ଆସୁଛି ବର୍ଷା, ଚିନ୍ତାରେ ଚାଷୀ...

ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।

Odisha Cold Wave

Odisha Cold Wave

Advertisment

ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ। କିଛି ସ୍ଥାନରେ ତ ତୁଷାରପାତ ହେଲାଣି। ରାଜ୍ୟରେ ପ୍ରାୟ ସପ୍ତାହେ ଧରି ଜାରି ରହିଛି ଶୀତ ଲହରୀ। 

Advertisment

କୋଇଡାର ଟେନସା, କାଲଟା, ମାଲଦା, କାଶୀରା ଭଳି ସ୍ଥାନରେ ତୁଷାରପାତ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାହାଡିଆ ଅଂଚଳରେ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି। ଦିନ ୧୦ ଯାଏ କିଛି ଦେଖାଯାଉନି। ଆଜି ପାଇଁ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଏବଂ ସୁନ୍ଦରଗଡ ଜିଲ୍ଲାକୁ କୋଲ୍ଡ ୱେଭ ଆଲର୍ଟ ଜାରି ହୋଇଛି। ଏଥିସହ ଦୁଇ ଦିନ ଯାଏ ଘନ କୁହୁଡି ନେଇ ମଧ୍ୟ ଚେତାବନୀ ଦିଆଯାଇଛି। 

ଅଧିକ ପଢ଼ନ୍ତୁ: ବଦଳୁଛି ଜଳବାୟୁ; ପୃଥିବୀ ପ୍ରତି ବଢୁଛି ବରଫବନ୍ୟାର ବିପଦ

କୋରାପୁଟ ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ ଆଜିଠୁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି।  ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ, ତେବେ ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ତେବେ ଏନେଇ ଚାଷୀ କୂଳ ଏବେ ଚିନ୍ତାରେ ପଡ଼ିଛି। ଫସଲ ଅମଳ ବେଳେ ଯଦି ବର୍ଷା ହୁଏ ବ୍ୟାପକ ଫସଲ ନଷ୍ଟ ହେବାରେ ସମ୍ଭାବନା ରହିଛି। 

Advertisment

ଏପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ଜାଡ଼ । ପ୍ରବଳ ଶୀତରେ ଡାକ୍ତରଖାନା ଆଗରେ ରାତି ବିତାଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । କିଏ ଆତ୍ମୀୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଥଣ୍ଡାରେ ପଡିରହୁଛି ତ ଆଉ କିଏ ମେଡିକାଲ ଟିକେଟ କରିବାରୁ ରାତିରୁ ଧାଡି ଲଗାଉଛି । ଶୀତ ରାତିରେ ସେମାନଙ୍କ ପାଖରେ ପହଞ୍ଚି ସ୍ଥିତି ପରଖିଥିଲା ଓଟିଭି । 

ଅଧିକ ପଢ଼ନ୍ତୁ: ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣତି, ଧଳାରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା !

Advertisment
Cold Wave Weather Weather Update Weather News Odisha Cold Wave IMD Issues Yellow Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ