Bhubaneswar temperature
ରାଜ୍ୟକୁ ପୁଣି ଫେରିଲା ତାତି । ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଛି ଓଡ଼ିଶା । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ସକାଳୁ ହିଁ ଜୀବନ ଆକ୍ତାମାକ୍ତା ହେଲାଣି । ଖରାକୁ ନେଇ ଆଗରୁ ଏସଆରସି ସତର୍କ କରାଥିବାବେଳେ ଗତକାଲି ୧୩ ସହରରେ ତାପମାତ୍ରା ୪୦ ଉପରେ ରହିଥିଲା । ହେଲେ ଆଜି ସକାଳୁ ପ୍ରବଳ ଗୁଳୁଗୁଳି ସହ ତାତି ଅନୁଭୂତ ହେଲାଣି ।
ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି । ଆଦ୍ରତା ୭୯ ପ୍ରତିଶତ ରହିଥିବାରୁ ତାତି ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି ମଧ୍ୟ ପ୍ରବଳ ତାତି ଅନୁଭୂତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝିଥିଲେ ଲୋକେ ।
ଗତକାଲି ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ ହୋଇଥିଲା । ୪୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ଥିବାବେଳେ ତା’ ତଳକୁ ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ, ତାଳଚେର,, ବଲାଙ୍ଗିର, ଜଗତସିଂହପୁର ଏବଂ ଚାନ୍ଦବାଲିରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683609925.jpg)