• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାଧାରଣତଃ ଏକ କମ୍ପାନୀରେ ବସ୍‌ ଟର୍ଣ୍ଣଓଭର କିମ୍ବା କର୍ମଚାରୀଙ୍କୁ ନେଇ ବେଶ୍‌ ଚିନ୍ତିତ ଥାଏ । ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀ ସେହି କମ୍ପାନୀରେ କେତେ ଦିନ ପର୍ଯ୍ୟନ୍ତ ରହିବା ତାହାକୁ ନେଇ ସବୁବେଳେ ଚିନ୍ତାରେ ଥାଏ କମ୍ପାନୀର ମୁଖ୍ୟ । ତେବେ ଏହାର ସମାଧାନ କରିବ AI । ଆପଣଙ୍କୁ ଏହା ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ । ଜଣେ କର୍ମଚାରୀ କେବେ କମ୍ପାନୀ ଛାଡ଼ିବ ତାହା ଏବେ କହିବ AI ।

ଜାପାନ ରିସର୍ଚ୍ଚର ଏମିତି ଏକ AI ଟୁଲ୍‌ ପ୍ରସ୍ତୁତ କରିଛନ୍ତି ଯାହା କମ୍ପାନୀର ମ୍ୟାନେଜରଙ୍କୁ ସାହାଯ୍ୟ କରିବ । କର୍ମଚାରୀମାନେ କମ୍ପାନୀ ଛାଡ଼ିବା ଦିଗରେ ଏହି AI ଟୁଲ୍‌ ମ୍ୟାନେଜରମାନଙ୍କୁ ସାହାଯ୍ୟ କରିବ । ଏହି AI ଟୁଲ୍‌କୁ ଟୋକିଓ ସିଟି ୟୁନିଭରସିଟି ପ୍ରଫେସର୍‌ ନାରୁହୁକୋ ଶିରାଟୋରି ଡିଜାଇନ୍‌ କରିଛନ୍ତି । ଏଥିରେ କର୍ମଚାରୀଙ୍କ ଉପସ୍ଥାନ ରେକର୍ଡ ସହ ବ୍ୟକ୍ତିଗତ ସୂଚନା ମଧ୍ୟ ରହିବ ।

ଏହି AI ଟୁଲ୍‌ ଟି ପ୍ରତ୍ୟେକ କମ୍ପାନୀ ପାଇଁ ଏକ ଟର୍ଣ୍ଣଓଭର ମଡେଲ ସୃଷ୍ଟି କରିବାକୁ ତିଆରି ହୋଇଛି । କମ୍ପାନୀ ଛାଡିଥିବା କିମ୍ବା ଛୁଟିରେ ଥିବା କର୍ମଚାରୀଙ୍କ ଉପରେ ଏହା ମୁଖ୍ୟତଃ ବିଶ୍ଳେଷଣ କରିବ । ଏହା ପରେ ଯେତେବେଳେ ନୂତନ ନିଯୁକ୍ତି ପ୍ରାପ୍ତ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦିଆଯିବ, ଏହା ପୂର୍ବାନୁମାନ କରିପାରିବ । ଏହା ଦ୍ୱାରା ଜଣା ପଡ଼ିବ ଯେ, କେଉଁ କର୍ମଚାରୀ କମ୍ପାନୀ ଛାଡ଼ିବାର ପରସେଣ୍ଟେଜ୍‌ ଅଧିକା ରହିଛି । ଆମେ ବର୍ତ୍ତମାନ ଅନେକ କମ୍ପାନୀ ସହିତ ଏହି AI ଟୁଲ୍‌ ପରୀକ୍ଷା କରୁଛୁ, ପ୍ରତ୍ୟେକ କମ୍ପାନୀ ପାଇଁ ଏକ ମଡେଲ୍ ସୃଷ୍ଟି କରୁଛୁ ବୋଲି କହିଛନ୍ତି ନାରୁହୁକୋ ଶିରାଟୋରି ।

ଏହା ବର୍ତ୍ତମାନ ଅପଗ୍ରେଡ କରିବାକୁ କମ୍ପାନୀ ଚିନ୍ତା କରୁଛି । ଫଳରେ AI, ଚାକିରି କରିବା ସମୟରେ ହିଁ କର୍ମଚାରୀଙ୍କର ଚରିତ୍ର ଜାଣିବା ସହ ସେ କମ୍ପାନୀ ପାଇଁ ଉପଯୁକ୍ତ କି ନାହିଁ ତାହା ଜଣାଇ ଦେଇ ପାରିବ । ସାକ୍ଷାତକାର ସମୟରେ ହିଁ ଜଣା ପଡ଼ିଯିବା ଦ୍ୱାରା ବ୍ୟକ୍ତିଜଣକ କମ୍ପାନୀ ପାଇଁ ଉପଯୁକ୍ତ କି ନାହିଁ, ତାହା ଜଣା ପଡ଼ିଯିବ । ଜାପାନ ଶ୍ରମ ମନ୍ତ୍ରଣାଳୟ ଅନୁଯାୟୀ ଗତ ୩ ବର୍ଷରେ ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ଚାକିରି ଛାଡ଼ିଛନ୍ତି ।