Advertisment

ହ୍ୱାଟ୍ସଆପ୍‌ରେ ଆସୁଛି ଇନଷ୍ଟାଗ୍ରାମ୍‌ ପରି ଫିଚର ! ୟୁଜର୍ସଙ୍କ ମନରେ ଉତ୍କଣ୍ଠା

ହ୍ୱାଟ୍ସ ଆପ୍‌ର ନୂଆ ଫିଚର୍‌କୁ ୟୁଜର୍ସ ମନରେ ଉତ୍କଣ୍ଠା।

author-image
Chandan Shishu
ଅଦ୍ୟତନ ହୋଇଛି
Whatsapp New Features 2023

New WhatsApp Status Update

ଚଳିତ ବର୍ଷ ଆରମ୍ଭରୁ ହ୍ୱାଟସ୍ ଆପ୍‌ ତାର ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଆଣିଛି। ଅନେକ ନୂଆ ଫିଚର ଯାହା ଲକ୍ଷ ଲକ୍ଷ ୟୁଜରଙ୍କ ପାଇଁ ସୁବିଧା ଆଣିଦେଇଛି। ସେମିତି ପୁଣି ହ୍ୱାଟସ୍ ଆପ୍‌ ଷ୍ଟାଟସ୍‌କୁ ନେଇ ଆସୁଛି ନୂଆ ଫିଚର୍। ହ୍ୱାଟ୍ସ ଆପ୍‌ ଷ୍ଟାଟସ୍‌କୁ ଫେସବୁକ୍‌ ଷ୍ଟୋରିରେ ସେୟାର କରିବା ପାଇଁ ଆଉ ଯୁଜରଙ୍କୁ ଅଯଥା ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ମେଟା।

Advertisment

ଆଗରୁ ହ୍ୱାଟ୍ସ ଆପ୍‌ ଷ୍ଟାଟସ୍‌କୁ ଫେସବୁକ୍‌ରେ ଷ୍ଟୋରିରେ ସେୟାର କରିବାକୁ ହେଲେ କିଛି ପ୍ରୋସେସ୍ ତଥା ପ୍ରଣାଳୀ ଆବଶ୍ୟକ ପଡୁଥିଲା। କିନ୍ତୁ WABetaInfo ଅନୁସାରେ ୟୁଜର ମାନୁଆଲି ପୋଷ୍ଟ କରିପାରିବେ। ବର୍ତ୍ତମାନ ଏହି ଫିଚର୍‌ ଫଟୋ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଉପଲବ୍ଧ ରହିଛି। ଯେମିତିକି ଯଦି ଜଣେ ୟୁଜର ଇନ୍‌ଷ୍ଟାଗ୍ରାମ୍‌ରେ କିଛି ବି ଫୋଷ୍ଟ କରନ୍ତି, ତାହା ଅଟୋମେଟିକ୍‌ ଫେସବୁକ୍‌ରେ ସେୟାର ହୋଇଥାଏ, ଯଦି ଅପ୍ସନ୍‌ରେ ୟୁଜର Enable କରିଥାଏ।

ଅଧିକ ପଢ଼ନ୍ତୁ: ଏଣିକି କହିଦେଲେ, ଆପେ ଆପେ ମେସେଜ୍ ଲେଖିଦେବ ହ୍ୱାଟ୍‌ସଆପ୍‌ !

ସେହିପରି ହ୍ୱାଟ୍ସ ଆପ୍‌ର ଏହି ନୂଆ ଫିଚର୍‌ର କାର୍ଯ୍ୟ ଚାଲିଛି, ଖୁବ୍‌ଶୀଘ୍ର ଏହା ଆପ୍‌ରେ ଉପଲବ୍ଧ ହେବ। ଏହାଦ୍ୱାରା ୟୁଜର ତାର ଷ୍ଟାଟସ୍‌କୁ ଷ୍ଟୋରିରେ ସେୟାର କରିବା ପାଇଁ Enable Option ରହିବ। ୟୁଜର୍‌ ଚାହିଁଲେ Settings କୁ ଯାଇ Enable Option ରେ କ୍ଲିକ୍‌ କରି ସେୟାର କରିପାରିବେ।

Advertisment

ତେବେ ସୂଚନା ଅନୁସାରେ ହ୍ୱାଟ୍ସ ଆପ୍‌ର Status Privacy ରେ ଆଉ ଏକ ନୂଆ ଅପ୍ସନ "share my status updates across my accounts" ରହିବ। ଏହାଦ୍ୱାରା ୟୁଜର୍ସ ସେମାନଙ୍କ ଫେସବୁକ୍‌ ଆକାଉଣ୍ଟକୁ Add କରିପାରିବେ।

WhatsApp WhatsApp Features WaBetaInfo WhatsApp New Features Instagram
Advertisment
Advertisment