• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୋସିଆଲ ମିଡିଆର ସବୁଠୁ ବଡ଼ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ୱାଟସଆପ୍‌ । ହ୍ୱାଟ୍‌ସଆପ୍‌ ଜରିଆରେ ପ୍ରାୟ ସମସ୍ତ ଲୋକ ମେସେଜ କରିଥା’ନ୍ତି । ଖାଲି ମେସେଜ୍‌ କାହିଁକି ? ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଏଥିରେ ଲୋକମାନେ ପଠାଇଥା’ନ୍ତି । ମେଟା ପକ୍ଷରୁ ଫେସବୁକ୍‌ ହେଉ କି ହ୍ୱାଟ୍‌ସଆପ୍‌ ସବୁଥିରେ ପ୍ରାୟ ସବୁବେଳେ କିଛିନା କିଛି ଅପଡେଟ୍‌ ହୋଇଥାଏ । ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଯୋଗାଯୋଗ ମାଧ୍ୟମରେ ଆହୁରି ସୁବିଧା ଆଣିଦେଇଥାଏ ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେମିତି ପଢ଼ିବେ WhatsApp ଡିଲିଟ୍‌ ମେସେଜ୍‌...

ବର୍ତ୍ତମାନ ମେଟା ପକ୍ଷରୁ ଗ୍ରାହକମାନଙ୍କ ପାଇଁ ହ୍ୱାଟ୍‌ସଆପ୍‌ ଫିଚର୍ସ ଆହୁରି ଅପଡେଟ୍‌ କରିବାକୁ ଯାଉଛି । ଫଳରେ ଲୋକମାନେ ହ୍ୱାଟ୍‌ସଆପ୍‌ ଚଳାଇବାରେ ଆହୁରି ସୁବିଧା ପାଇପାରିବେ । କେବଳ ମେସେଜ ନୁହେଁ, ଏଣିକି ଭିଡିଓ ମେସେଜ ମଧ୍ୟ ହ୍ୱାଟ୍‌ସଆପ୍‌ରେ କରିହେବ । ଖାଲି ସେତିକି ନୁହେଁ, ହ୍ୱାଟସଆପ୍‌ରେ ଭଏସ୍‌ ନୋଟ୍‌ ପଠାଇବା ପାଇଁ ମେଟା କାମ କରୁଥିବା ସୂଚନା ମିଳିଛି । ବ୍ୟବହାରକାରୀ ମାନେ ଭଏସରେ କିଛି କଥା କହିଲେ ତାହା ନୋଟ୍‌ ହୋଇ ଅନ୍ୟ ଜଣଙ୍କ ନିକଟରେ ପହଞ୍ଚିବ ।

କେବଳ ଏତିକି ନୁହେଁ ଗ୍ରୁପ୍‌ ବ୍ୟବହାରକାରୀମାନଙ୍କ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଯାହା ଦ୍ୱାରା ବ୍ୟବହାରକାରୀମାନେ ଛୋଟ ଛୋଟ ଭିଡିଓ ମେସେଜ କରିପାରିବେ । ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀମାନେ ଯେପରି କ୍ଲିକ୍‌ କରି ଅଡିଓ ମେସେଜ କରିପାରୁଛନ୍ତି , ସେହିପରି କ୍ଲିକ୍‌ କରିବା ମାତ୍ର ଭଏସ୍‌ ନୋଟ୍‌ ମଧ୍ୟ ପଠାଇପାରିବେ ବୋଲି ସୂଚନା ମିଳିଛି । ଯାହା ଖୁବ୍‌ଶୀଘ୍ର ଗ୍ରାହକମାନଙ୍କ ପାଇଁ କମ୍ପାନୀ ନେଇ ଆସୁଥିବା ସୂଚନା ମିଳିଛି ।

ଟେଲିଗ୍ରାମର ଭିଡିଓ ମେସେଜ ପରି ହ୍ୱାଟ୍‌ସଆପ୍‌ରେ ମଧ୍ୟ ଭିଡିଓ ମେସେଜ କରିହେବ । ବ୍ୟବହାରକାରୀମାନେ ୬୦ ସେକେଣ୍ଡ ଯାଏଁ ଛୋଟ ଭିଡିଓ ମେସେଜ ପଠାଇପାରିବେ । ରିପୋର୍ଟରେ କୁହାଯାଇଛି କି, ମେଟା ଏନେଇ କାର୍ଯ୍ୟ ଜାରିରଖିଛି । ସମସ୍ତ କାମ ଶେଷ ହେବା ପରେ ଭବିଷ୍ୟତରେ ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।

ଆହୁରି କୁହାଯାଇଛି କି,ବ୍ୟବହାରକାରୀମାନେ ପଠାଇଥିବା ଭଏସ ନୋଟ୍‌ ଏବଂ ଭିଡିଓ ମେସେଜ ସୁରକ୍ଷିତ ରହିବ । କମ୍ପାନୀ ପକ୍ଷରୁ ବ୍ୟବହାରୀଙ୍କ ମେସେଜର ଗୋପନୀୟତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ।